ପବିତ୍ର ତୀର୍ଥ ସ୍ଥଳୀ ପ୍ରୟାଗରାଜରେ ରକ୍ତର ଛିଟା, ୧୨ ଘଣ୍ଟାରେ ଗଡିଲା ୬ଟି ମୁଣ୍ଡ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ରବିବାର ଦିନ ତିନୋଟି ଅଲଗା ଅଲଗା ସ୍ଥାନରେ ଛଅ ଲୋକଙ୍କର ହତ୍ୟାରେ ପୁରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ପ୍ରଥମେ ଧୂମନଗଞ୍ଜ ଥାନା ଅଞ୍ଚଳରେ ଚୌଫଟକା ପୋଲ ତଳେ ତିନୋଟି ଲୋକଙ୍କୁ ଗୁଳି କରି ହତ୍ୟା କରିବାର ଖବର ଶୁଣିବାକୁ ମିଳିଥିଲା। ଏହାପରେ ଥରଭଇ ଥାନା ଅଞ୍ଚଳରେ କୋରାରୀ ଗାଁରେ ଜଣେ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବାର ଖବର ମଧ୍ୟ ଶୁଣିବାକୁ ମିଳିଛି। ସେହିପରି ସହରର ଅଲ୍ଲାପୁର ରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଗୋଟେ ପରେ ଗୋଟେ ଏପରି ଖବର ଶୁଣିବା ପରେ ସମାଜବାଦୀ ପାର୍ଟିର ନେତା ଅଖିଲେଶ ଯାସବ ଟ୍ଵିଟ କରି ଲେଖିଛନ୍ତି ଆଇନର ବ୍ୟବସ୍ଥା କାପ ହେଉଥିବାରୁ ବର୍ତ୍ତମାନ ଉତ୍ତର ପ୍ରଦେଶ ହତ୍ୟା ପ୍ରଦେଶ ହେବାରେ ଲାଗିଛି। ସେହିପରି ବହୁଜନ ସମାଜ ପାର୍ଟିର ପ୍ରମୁଖ ମାୟାବତୀ ଆଜି ଟ୍ଵିଟ୍‌ କରି କହିଛନ୍ତି ‘ଆଇନ ନୁର୍ହେ ବରଂ ଗୁଣ୍ଡା, ବଦମାସ, ମାଫିଆ ଆଦିଙ୍କର ରାଜ ଚାଲୁଥିବାରୁ ଅପରାଧ ଚରମ ସୀମା ପାର କରିସାରିଲାଣି। ପ୍ରାୟତଃ ପରତ୍ୟେକ ବ୍ୟକ୍ତି ଅସୁରକ୍ଷିତ ମନେ କରୁଛନ୍ତି।

ଏହାସହ ପଢନ୍ତୁ: ପାକିସ୍ତାନୀ ସମର୍ଥକଙ୍କୁ ଚୁପ୍‌ କରାଇ ଦେଲେ ଏହି ଭାରତୀୟ ମହିଳା, ଦେଖନ୍ତୁ ଭିଡିଓ

ଧୁମଗଞ୍ଜ ଥାନା ଅଧିକାରୀ ବିଜୟ କୁମାର ସିଂହଙ୍କ କହିବା ଅନୁଯାୟୀ ବର୍ତ୍ତମାନ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ସେଥିରୁ ୮ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ବଲବନ୍ତ ସିଂ ମଧ୍ୟ ସାମିଲ ରହିଛନ୍ତି। ତା ପାଖରୁ ଘଟଣାରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହାପରେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି।

ଅଲାଲ୍ଲପୁରରେ ହୋଇଥିବା ହତ୍ୟା ଘଟଣାରେ ପୋଲିସ ଅଧିକ୍ଷକ ବ୍ରଜେଶ ଶ୍ରୀବାସ୍ତବଙ୍କ କହିବାନୁଯାୟୀ, ଉକ୍ତ ଘଟଣାରେ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସୂଚନାନୁଯାୟୀ, ପୂର୍ବରୁ ଅଭିଯୁକ୍ତଙ୍କ ସହିତ ସଚିନର ମତଭେଦ ରହିଥିଲା। ଅଭିଯୁକ୍ତ ଏବଂ ମୃତକ ସଚିନଙ୍କ ବିରୋଧରେ ଥାନାରେ ଅନେକ ଗୁଡିକ ମାମଲା ପୂର୍ବରୁ ରହିଛି।