ଏଥର ଅକ୍ଷୟ କୁମାର ନୁହେଁ କାର୍ତ୍ତିକ ଘଉଡାଇବେ ଭୂତ, ଆସିଲା ‘ଭୂଲ ଭୂଲେୟା’ର ପ୍ରଥମ ପୋଷ୍ଟର

ଅକ୍ଷୟ କୁମାରଙ୍କ ହରର କମେଡି ଫିଲ୍କ ‘ଭୂଲ ଭୂଲେୟା’ର ସିକ୍ବେଲ ଉପରେ କାମ ଆରମ୍ଭ ହୋଇସାରିଲାଣି। ଏଥର ଫିଲ୍ମରେ ଅକ୍ଷୟ କୁମାରଙ୍କ ସ୍ଥାନରେ ଆର‌୍ୟାନ ଭୂତ ଘଉଡାଇବାରେ ନଜର ଆସିବେ। ଗତ କିଛି ସମୟ ଧରି ଚର୍ଚ୍ଚା ଚାଲିଥିଲା ଯେ ଅକ୍ଷୟକୁମାରଙ୍କ ସ୍ଥାନ କିଏ ନେବ। ଶେଷରେ ଫିଲ୍ମ ପୂର୍ବରୁ ପୋଷ୍ଟର ଜରିଆରେ ଜଣାପଡିଲା ଯେ କାର୍ତ୍ତିକ ଆର‌୍ୟାନ ଏହି ଦାୟିତ୍ବ ସମ୍ଭାଳିବେ।

ପୋଷ୍ଟରରେ କାର୍ତ୍ତିକ ମାନବ କଙ୍କାଳ ଉପରେ ବସିଥିବାର ନଜର ଆସିଛନ୍ତି। ଏହି ସିକ୍ବେଲ ୧୩ ବର୍ଷ ପରେ ଆସୁଛି। ଏଥିପାଇଁ ଫିଲ୍ମର ପୋଷ୍ଟରରେ ମଧ୍ୟ ‘୧୩ ସାଲ ବାଦ୍’ ଲେଖାହୋଇଛି। ଯେତେ ବି ପୋଷ୍ଟର ଏବଂ ଫଟୋ ସାମ୍ନାକୁ ଆସିଛି ସେସବୁ ବହୁତ ଇମ୍ପ୍ରେସିଭ୍ ଲାଗୁଛି। ଏବେ ଆପଣ ମାନେ ଏହା ଭାବୁଥିବେ ଯେ ଷ୍ଟୋରୀରେ ଏମିତି କଣ ଦେଖାଯିବ।

kartik aryanକାର୍ତ୍ତିକ ସାମ୍ନାକୁ ଆସିବା ପରେ ହିରୋଙ୍କର ଚେହେରା ତ ସାମ୍ନାକୁ ଆସିଗଲା। କିନ୍ତୁ ଅନ୍ୟ ବଡ ପ୍ରଶ୍ନ ଏହା ଯେ ଫିଲ୍ମରେ ମଞ୍ଜୁଳିକା ଚରିତ୍ରରେ କିଏ ଅଭିନୟ କରିବେ। କୁହାଯାଉଛି ଯେ ଏହି ରୋଲ ପାଇଁ ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁରଙ୍କ ନାମ ଚର୍ଚ୍ଚା ହେଉଛି। କିନ୍ତୁ ବର୍ତ୍ତମାନ କିଛି ଫାଇନାଲ ହୋଇନାହିଁ। ନଚେତ ଏମିତି ହୋଇପାରେ ଯେ ହିରୋଇନ ଫାଇନାଲ ହୋଇସାରିଛି କିନ୍ତୁ ନାମ ଘୋଷଣା କରାଯାଉନାହିଁ।

ଏହାସହ ପଢ଼ନ୍ତୁ : ‘କୁଲି ନମ୍ବର ଓ୍ଵାନ’ର ଫାଷ୍ଟ ଲୁକ୍‌ ରିଲିଜ୍‌, ଏହି ଅନ୍ଦାଜରେ ଦେଖାଯିବେ ବରୁଣ ଧଓ୍ଵନ

୨୦୦୫ରେ ଆସିଥିବା ଅକ୍ଷୟ କୁମାର,ବିଦ୍ୟା ବାଲାନ ଏବଂ ସାଇନୀ ଆହୁଜାଙ୍କର ‘ଭୂଲ ଭୂଲେୟା’ ସାଉଥ୍ ଫିଲ୍ମ ‘ଚନ୍ଦ୍ରମୂଖୀ’ର ରିମେକ ଥିଲା। ‘ଚନ୍ଦ୍ରମୂଖୀ’ରେ ରଜନୀକାନ୍ତ ଲୀଡ ରୋଲରେ ଥିଲେ। ଏବେ କାର୍ତ୍ତିକ ଆର‌୍ୟାନଙ୍କର ଫିଲ୍ମ ‘ଭୂଲ ଭୂଲେୟା’ ୩୧ ଜୁଲାଇ ୨୦୨୦ରେ ରିଲିଜ ହେବ।