ମହିଳା ଘରର କାନ୍ଥରେ ବନାଇଲେ ‘ଇମୋଜି’, ପଡ଼ୋଶୀ କହିଲେ, ‘ମୋତେ ଚିଡ଼ାଇବାକୁ ଏମିତି କରାଯାଇଛି’

ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପଡ଼ୋଶୀଙ୍କୁ ଖୁସି କରିବା ପାଇଁ ଘରର କାନ୍ଥରେ ଭିନ୍ନ ଭିନ୍ନ ପ୍ରକାର ସ୍ମାଇଲି ଇମୋଜି ପେଣ୍ଟ କରାଇଛନ୍ତି। କିନ୍ତୁ ଏବେ ଏହି କାରଣରୁ ତାଙ୍କର ପଡ଼ୋଶୀମାନଙ୍କ ସହିତ ବିବାଦ ହୋଇଯାଇଛି।
କୈଥ୍ରିନ୍ କିଡ୍ ନାମ୍ନୀ ଏହି ମହିଳାଙ୍କ କହିବା କଥା ହେଲା, ସେ ତାଙ୍କ ଘରକୁ ରଙ୍ଗ ବେରଙ୍ଗ କରିଛନ୍ତି। କାହିଁକି ନା କୌଣସି ଚାପର ବଶବର୍ତ୍ତୀ ହେଲେ ବି ତାଙ୍କ ପଡ଼ୋଶୀ ଏହା ଦେଖି ଖୁସି ରହିପାରିବେ। ସେ କୁହନ୍ତି, ତାଙ୍କ ପଡ଼ୋଶୀ ସବୁବେଳେ ଥକ୍କା ଥକ୍କା ଏବଂ ଦୁଃଖି ଲାଗନ୍ତି। ଏହାଛଡ଼ା ଅନ୍ୟ କଥାରେ ମଧ୍ୟ ମୁଣ୍ଡ ଖେଳାନ୍ତି। ଏଥିପାଇଁ ସେ ଘରର କାନ୍ଥରେ ଇମୋଜି ବନାଇଛନ୍ତି। ଯଦିଓ ପଡ଼େଶୀ ଏଥିଯୋଗୁ ଖୁସି ନାହାନ୍ତି।
ଏହାସହ ପଢ଼ନ୍ତୁ: ମଣିଷ ଶରୀରରେ ମଧ୍ୟ ଲାଗିପାରିବ ‘ଘୁଷୁରୀ ହୃତ୍ପିଣ୍ଡ’, ଆପଣ ବି ଜାଣି ଆଶ୍ଚର୍ଯ୍ୟ ହେବେ
ତେବେ କୈଥ୍ରିନ୍ଙ୍କ ପଡ଼ିଶାର ଜଣେ ମହିଳା ସୁସେନ୍ ବିଲୈଣ୍ଡଙ୍କ କହିବାନୁଯାୟୀ, କିଛି ଦିନ ତଳେ ତାଙ୍କର ଏବଂ କୈଥ୍ରିନ୍ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ତାଙ୍କୁ ଚିଡ଼ାଇବା ପାଇଁ ନିଜ ଘରର କାନ୍ଥକୁ ଏଭଳି ଢଙ୍ଗରେ ଚିତ୍ରିତ କରିଛନ୍ତି। ସେ ଆଉ ମଧ୍ୟ କହିଥିଲେ କି, ଏକ ଇମୋଜି, ମୁହଁ ଉପରେ ଲଗାମ ଲଗାଇବାକୁ ଇଙ୍ଗିତ କରୁଥିବା ବେଳେ ଅନ୍ୟଟି ମଜା ଉଡ଼ାଇବାର ଇସାରା କରୁଛି। ଅର୍ଥାତ୍ ଏହାର ମାନେ ନକରାତ୍ମକ ଅଟୋ। ଯେବେଠାରୁ ସେ କୈଥରିନ୍ଙ୍କ ଘର କାନ୍ଥରେ ବନାଯାଇଥିବା ଇମୋଜି ଦେଖୁଛନ୍ତି, ସେବେଠାରୁ ସେ ନିଜ ଘରର ପରଦାକୁ ହଟାଉ ନାହାନ୍ତି। କାହିଁକି ନା ଏହା ତାଙ୍କୁ ଆଦୌ ଭଲ ଲାଗୁନାହିଁ।