ପାଣି ଟାଙ୍କି ପାହଚ ଉପରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, କାଲିଠାରୁ ଥିଲେ ନିଖୋଜ୍

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖଗଡାପାଳ ଗ୍ରାମରେ ଥିବା ପାଣି ଟାଙ୍କି ନିକଟରୁ  ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ଖଗଡାପାଳ ଗ୍ରାମର ଅଜୟ ଜେନା ବୋଲି ଜଣାପଡିଛି । ଖଗଡାପାଳ ଗ୍ରାମର ଅଜୟ ଜେନା ଗତକାଲି ଅପରାହ୍ନ ସମୟରୁ ଘରୁ କୁଆଡେ ଚାଲି ଯାଇଥିଲେ। ରାତିସାରା ପରିବାର ଲୋକ ତାଙ୍କ ଫୋନକୁ କଲ କରିଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ।  ତେବେ ଆଜି ସକାଳ ସମୟରେ ତାଙ୍କର ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ସିମୁଳିଆ ବଜାର ନିକଟରେ ଥିବା ପାଣି ଟାଙ୍କି ପାହାଚ ପାଖରେ ଦେଖିବାକୁ ମିଳିଥିଲା।

ମରଶରୀର ଦେଖି ସ୍ଥାନୀୟ ଲୋକ ମାନେ ବାଲିଆପାଳ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।  ମୃତକଙ୍କ ପରିବାର ଲୋକେ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିବା ସହ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.