Below header

ବିଏମସି ମେୟର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ : ଗତକାଲି କଂଗ୍ରେସ ପରେ ଆଜି ବିଜେଡି ଓ ବିଜେପି କରିପାରନ୍ତି ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ବିଏମସି ମେୟର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ । କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ନାଁ ଝୁଲେଇ ରଖିଛନ୍ତି । ଉଭୟ ଦଳ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିଥିବା ଜଣାପଡିଛି ।

ହେଲେ ପ୍ରାର୍ଥୀଙ୍କ ନାଁ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରାଜଧାନୀବାସୀ । ନାମ ଘୋଷଣା ଯେତିକି ବିଳମ୍ବ ହେଉଛି, ବିଭିନ୍ନ ନାଁକୁ ନେଇ ସେତିକି ଚର୍ଚ୍ଚା ବଢୁଛି । ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଉ ଦୁଇଦିନ ବାକି ରହିଛି ।

ତେଣୁ ଆଜି ଉଭୟ ଦଳ ନାମ ଘୋଷଣା କରିବା ଯଥେଷ୍ଟ ସମ୍ଭାବନା ରହିଛି। ବିଜେଡିର ମେୟର ପ୍ରାର୍ଥୀଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ପ୍ରତିଦିନ ନୂଆ ନୂଆ ନାଁ ସାମ୍ନାକୁ ଆସୁଛି। ହେଲେ କେହି ବିଧାୟକ କିମ୍ବା ବରିଷ୍ଟ ନେତା ଏସମ୍ପର୍କରେ ମୁହଁ ଖୋଲିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.