Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ କଟୁରୀରେ ଆକ୍ରମଣ: ଗୁରୁତର ଅବସ୍ଥାରେ ଉଭୟ ମେଡ଼ିକାଲ ଭର୍ତ୍ତି

ସୋର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ତେଲେଙ୍ଗାନା କଟୁରୀରେ ଆକ୍ରମଣ । ଉଭୟ ଗୁରୁତର ଅବସ୍ଥାରେ ମେଡ଼ିକାଲ ଭର୍ତ୍ତି । ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତ ବୋଇତା ଗ୍ରାମରେ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କର ଦୁଇ ପୁଅ ରାସ୍ତାରେ ଯାଉଥିବା ବେଳେ ବୋଇତା ନିକଟରେ ପଛପଟୁ ଦୁର୍ବୃତମାନେ ତେଲେଙ୍ଗାନା କଟୁରୀ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ଉଭୟଙ୍କ ପିଚା ଓ ହାତରେ ଗଭୀର ଆଘାତ ଲାଗିଥିଲା। ଯାହାଫଳରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଦୁଇ ଭାଇଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ଖନ୍ତାପଡ଼ା ପୋଲିସ ଛାନଭିନ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.