ମୋହାଲି ଟେଷ୍ଟର ଆଜି ଦ୍ୱିତୀୟ ଦିନ: ବଡ଼ ସ୍କୋର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେନ୍ଯୁଜ୍: ମୋହାଲି ଟେଷ୍ଟର ଆଜି ଦ୍ୱିତୀୟ ଦିନ । ବଡ଼ ସ୍କୋର ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡେଜା ଅପରାଜିତ ୪୫ ରନ କରିଛନ୍ତି । ଜାଡେଜାଙ୍କ ଠାରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍ । ତାଙ୍କ ସହ ଅଛନ୍ତି ଆର ଅଶ୍ୱିନ । ସେ ୧୦ ରନ କରି ଅପରାଜିତ ଅଛନ୍ତି ।
ଭାରତ ୬ ଓ୍ଵିକେଟ ହରାଇ କରିଛି ୩୫୭ ରନ । ପ୍ରଥମ ଦିନରେ ଋଷଭ ପନ୍ତଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ୯୭ ବଲରେ ୯୬ ରନ କରିଥିଲେ ପନ୍ତ । ହନୁମା ବିହାରି ୫୮ ରନ କରିଥିବା ବେଳେ ବିରାଟ କୋହଲି ୧୦୦ତମ ମ୍ୟାଚରେ ୪୫ ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ଭାରତର ୪ ଓ୍ଵିକେଟକୁ ଶୀଘ୍ର ନେବା ଲକ୍ଷ୍ୟରେ ରହିବ ଶ୍ରୀଲଙ୍କା ।