ମୟୂରଭଞ୍ଜ: ବିଳମ୍ବିତ ରାତିରେ ବାପା, ମା’ଙ୍କ ପାଖରେ ଶୋଇଥିବା ସମୟରେ ନିଖୋଜ ହେଲା ଶିଶୁପୁତ୍ର, ଘର ପଛପଟ ଖାଲରୁ ମିଳିଲା ମୃତଦେହ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାମପଦା ଉପରସାହିରେ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ । ଅଭିଯୋଗ ଅନୁଯାୟୀ ଉପରସାହିର ଥଳ ହେମ୍ବ୍ରମ ଓ ଫୁଲ ହେମ୍ବ୍ରମ ଗତକାଲି ରାତିରେ ଖାଇ ସାରିବା ପରେ ଏକ ବର୍ଷର ପୁଅ ମାଙ୍ଗାତ ସହ ଶୋଇଥିଲେ ।

child deathହେଲେ ବିଳମ୍ବିତ ରାତିରେ ଉଠି ଦେଖିବା ବେଳକୁ ପାଖରେ ଶିଶୁପୁତ୍ର ନଥିଲା । ବହୁ ଖୋଜାଖୋଜି ପରେ ଘର ବାଡ଼ି ନିକଟରେ ଥିବା ଏକ ଖାଲରୁ ମୃତ ଅବସ୍ଥାରେ ମାଙ୍ଗାତକୁ ଉଦ୍ଧାର କରାଯାଇଥିଲା । ତେବେ ଏହା ଅପମୃତ୍ୟୁ ନା ହତ୍ୟାକାଣ୍ଡ ତାହା ଏବେବି ସନ୍ଦେହ ଘେରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.