Below header

ରାତିରେ ଶୋଇବା ପୂର୍ବରୁ ମୋଜାରେ ପକାନ୍ତୁ ଫାଳେ ଲେମ୍ବୁ, ସକାଳୁ ଉଠି ଦେଖନ୍ତୁ ଏହାର ଫାଇଦା

ସାଧାରଣତଃ ଲୋକଙ୍କ ଘରେ ଏମିତି ଅନେକ ସଦସ୍ୟ ଥିବେ, ଯେଉଁମାନଙ୍କ ପାଦରୁ ଦୁର୍ଗନ୍ଧ ଆସୁଥିବ। ଆଉ ଏଥିପାଇଁ ସେମାନଙ୍କୁ ନା କେବଳ ଘର ଲୋକଙ୍କ ସାମ୍ନାରେ, ବରଂ ବାହାର ଲୋକଙ୍କ ସାମ୍ନାରେ ବି ଲୋକହସା ହେବାକୁ ପଡ଼ୁଥିବ। କିନ୍ତୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମୋଜାରେ ଲେମ୍ବୁ ପକାଇ ଶୋଇବେ, ତା’ହେଲେ ଏହା ବହୁତ ଲାଭଦାୟକ ହେବ। ଆପଣ ମଧ୍ୟ ଆଶ୍ୱସ୍ତି ଅନୁଭବ କରିବେ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

୧. ରାତିରେ ଶୋଇବା ପୂର୍ବରୁ ମୋଜାରେ ଲେମ୍ବୁ ପକାଇ ଶୁଅନ୍ତୁ, ଏହାଦ୍ୱାରା ପାଦର ତ୍ୱଚା ମୁଲାୟମ ରହିବା ସହିତ ଫଟା ଗୋଇଠି ମଧ୍ୟ ଠିକ୍‌ ହୋଇଯିବ।

୨. ପାଦରୁ ଦୁର୍ଗନ୍ଧ ଆସୁଥିଲେ ଏବଂ ଝାଳ ବାହାରୁଥିଲେ, ଆପଣ ଏହି ସମାନ ଉପାୟ ଆପଣାଇ ପାରିବେ।

lemon

୩. ଯଦି ଆପଣଙ୍କ ଗୋଡ଼ରେ ଦାଗ ଅଛି କିମ୍ବା ରଙ୍ଗ ଦବିଯାଇଛି, ତା’ହେଲେ ଏହାକୁ ସଫା କରିବା ପାଇଁ ଏବଂ ଗୋରାପଣ ଆଣିବା ପାଇଁ ଲେମ୍ବୁର ପ୍ରୟୋଗ କରିପାରିବେ।

୪. ଅନେକ ଲୋକ ଗୋଡ଼ ଏବଂ ପାଦର ରୁକ୍ଷପଣ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଲୋଶନ ବ୍ୟବହାର କରିଥାଆନ୍ତି। କିନ୍ତୁ ଆପଣ ଯଦି ଲେମ୍ବୁ ବ୍ୟବହାର କରିବେ, ତା’ହେଲେ ଏହା ଅଧିକ ଲାଭଦାୟକ ହୋଇପାରିବ।

୫. ଆପଣଙ୍କ ପାଦ କିମ୍ବା ଗୋଡ଼ରେ ଯାଦୁ ହୋଇଥିଲେ, ମୋଜାରେ ଲେମ୍ବୁ ପକାନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କୁ ଉପଶମ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.