କିସ୍‌ ଓ କିଟ୍‌ ପରିଦର୍ଶନ କଲେ ବିଶିଷ୍ଟ ଧର୍ମଗୁରୁ ସ୍ୱାମୀ ମୋହନଜୀ

କିସ୍‌ ଓ କିଟ୍‌ ପରିଦର୍ଶନ କଲେ ବିଶିଷ୍ଟ ଧର୍ମଗୁରୁ ସ୍ୱାମୀ ମୋହନଜୀ । ମୋହନଜୀଙ୍କ ନେତୃତ୍ୱରେ ବିଭିନ୍ନ ଦେଶର ୭୦ଜଣ ପ୍ରତିନିଧି ଆଜି କିଟ୍‌ର ବିଭିନ୍ନ କ୍ୟାମ୍ପସ ଓ କିସ୍‌ର ବିଭିନ୍ନ ୟୁନିଟ୍‌ ପରିଦର୍ଶନ କରିଛନ୍ତି । କିସ୍‌ରେ ଛାତ୍ରୀଛାତ୍ରୀଙ୍କ ସହ ପ୍ରାର୍ଥନା ସଭାରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ମୋହନଜୀ ।

ଭୁବନେଶ୍ୱର (କେନ୍ୟୁଜ): କିସ୍‌ ଓ କିଟ୍‌ ପରିଦର୍ଶନ କଲେ ବିଶିଷ୍ଟ ଧର୍ମଗୁରୁ ସ୍ୱାମୀ ମୋହନଜୀ । ମୋହନଜୀଙ୍କ ନେତୃତ୍ୱରେ ବିଭିନ୍ନ ଦେଶର ୭୦ଜଣ ପ୍ରତିନିଧି ଆଜି କିଟ୍‌ର ବିଭିନ୍ନ କ୍ୟାମ୍ପସ ଓ କିସ୍‌ର ବିଭିନ୍ନ ୟୁନିଟ୍‌ ପରିଦର୍ଶନ କରିଛନ୍ତି । କିସ୍‌ରେ ଛାତ୍ରୀଛାତ୍ରୀଙ୍କ ସହ ପ୍ରାର୍ଥନା ସଭାରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ମୋହନଜୀ ।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାନବିକତା ପ୍ରତି ଥିବା ଦାୟିତ୍ୱବୋଧ ନେଇ ସ୍ୱାମୀଜୀ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏଭଳି କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଛନ୍ତି । କିସ୍‌ ପରିଦର୍ଶନ କରି ସେ ବେଶ ପ୍ରଭାବିତ ହେବା ସହ ଏଭଳି ଅନୁଷ୍ଠାନ ବିଶ୍ୱର ସବୁ ସ୍ଥାନରେ ଖୋଲିବା ଉଚିତ ବୋଲି ସେ କହିଥିଲେ । କିସ୍‌ ଭାରତ ପ୍ରତି ଏକ ଆଶୀର୍ବାଦ ଓ ଏହି ପରିକଳ୍ପନା ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ । ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ମୋହନଜୀଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.