ବଜାରକୁ ଆସିଲା ଓ୍ଵାନପ୍ଲସ ଲିକ୍ୟୁଡ କୁଲର, ଭିଡିଓ ଗେମ୍‌ ଖେଳିଲେ ଆଉ ଗରମ ହେବନି ସ୍ମାର୍ଟଫୋନ

ବର୍ତ୍ତମାନର ଯୁବପିଢି ମୋବାଇଲରେ ଭିଡିଓ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି । ଏହାସହ ମୋବାଇଲ ସେତିକି ପରିମାଣର ହିଟ୍‌ ଜେନେରେଟ କରୁଛି । ଏହାର ସିଧା ସଳଖ ପ୍ରଭାବ ମୋବାଇଲର ପରଫରମାନ୍ସ ଉପରେ ପଡ଼ିଥାଏ । ଓ୍ଵାନପ୍ଲସ ପକ୍ଷରୁ ଏପରି ଏକ ଡିଭାଇସ ଲଞ୍ଚ ହୋଇଛି । ଯାହା ସ୍ମାର୍ଟଫୋନକୁ ଅଧିକ ଗରମ ହେବାକୁ ଦେବନାହିଁ । ଏହା ସ୍ମାର୍ଟଫୋନକୁ ୨୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ କରିପାରିବ ।

କେନ୍ୟୁଜ୍‌(ବ୍ୟୁରୋ): ବର୍ତ୍ତମାନର ଯୁବପିଢି ମୋବାଇଲରେ ଭିଡିଓ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି । ତାଙ୍କର ଅଧିକାଂଶ ସମୟ ମୋବାଇଲରେ ଗେମ୍‌ ଖେଳିବାରେ ବିତୁଛି । ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍‌ ଖେଳୁଛନ୍ତି । ଅର୍ଥାତ ତାଙ୍କର ମୋବାଇଲ ବ୍ୟବହାରର ସମୟ ମଧ୍ୟ ଅଧିକ ରହୁଛି । ଏଥିପାଇଁ ତାଙ୍କ ମୋବାଇଲ ଉପରେ ଅଧିକ ଚାପ ପଡ଼ୁଛି । ଏହାସହ ମୋବାଇଲ ସେତିକି ପରିମାଣର ହିଟ୍‌ ଜେନେରେଟ କରୁଛି । ଯେତିକି ଅଧିକ ଗ୍ରାଫିକ୍ସ ତଥା ଅଧିକ ଜାଗା ନେଉଥିବା ଗେମ୍‌ ଖେଳୁଛନ୍ତି ସେତିକି ଅଧିକ ପରିମାଣର ହିଟ୍‌ ଜେନେରେଟ ହୋଇଥାଏ ।

ଯେତେବେଳେ ଗେମିଂ ଆପ୍ଲିକେସନ ମୋବାଇଲରେ ଚାଲୁ ରହିଥାଏ ସେତେବେଳେ ହିଟ ଜେନେରେସନର ପରିମାଣ ବଢିଯାଏ । ଏହାସହ ଗେମିଂ ଆପ୍ଲିକେସନ ସହ ଅନ୍ୟ ଆପ୍ଲିକେସନ ମଧ୍ୟ ଚାଲୁ ରହିଥାଏ । ଏହାର ସିଧା ସଳଖ ପ୍ରଭାବ ମୋବାଇଲର ପରଫରମାନ୍ସ ଉପରେ ପଡ଼ିଥାଏ । ଅଧିକ ହିଟ୍‌ ଜେନେରେଟ ହେଲେ ମୋବାଇଲର ପରଫରମାନ୍ସ ଡାଉନ ହୋଇଯାଇଥାଏ । ଏଥିପାଇଁ ସ୍ମାର୍ଟଫୋନ ଥଣ୍ଡା ରହିବା ନିହାତି ଜରୁରି ଅଟେ । ଫୋନରେ କିନ୍ତୁ ଏପରି ସେମିତି କିଛି ବିଶେଷ ବ୍ୟବସ୍ଥା ନଥାଏ । ଏମିତିରେ ରୁମ୍‌ ତାପମାତ୍ରା ଅଧିକ ରହୁଥିବା ଘରେ ସ୍ମାର୍ଟଫୋନ ଥଣ୍ଡା ରହିବା ମୁସ୍କିଲ ହୋଇପଡ଼େ । ସ୍ମାର୍ଟଫୋନକୁ ଥଣ୍ଡା ରଖିବା ପାଇଁ ଏକ୍ସଟରନାଲ ଡିଭାଇସର ଆବଶ୍ୟକତା ପଡ଼ିଥାଏ । ଯେଉଁ ଡିଭାଇସ ସାହାଯ୍ୟରେ ସ୍ମାର୍ଟଫୋନକୁ ଥଣ୍ଡା ରଖାଯାଇ ପାରିବ ।

ଓ୍ଵାନପ୍ଲସ ପକ୍ଷରୁ ଏପରି ଏକ ଡିଭାଇସ ଲଞ୍ଚ ହୋଇଛି । ଯାହା ସ୍ମାର୍ଟଫୋନକୁ ଅଧିକ ଗରମ ହେବାକୁ ଦେବନାହିଁ । ଏହା ସ୍ମାର୍ଟଫୋନକୁ ୨୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ କରିପାରିବ । ଫଳରେ ଗେମିଂ ପାଇଁ ବ୍ୟବହାର ହେଉଥିବା ସ୍ମାର୍ଟଫୋନରୁ ଜେନେରେଟ ହେଉଥିବା ହିଟ୍‌କୁ କମାଯାଇ ପାରିବ । ଅର୍ଥାତ ସ୍ମାର୍ଟଫୋନକୁ ଥଣ୍ଡା ରଖିବାରେ ଏହା ବେଶ ସହାୟକ ହେବ । ଓ୍ଵାନପ୍ଲସ 45 ଓ୍ଵାଟ ଲିକ୍ୟୁଡ କୁଲରକୁ ସ୍ମାର୍ଟଫୋନ ସହ ଯୋଡ଼ାଯାଇ ସ୍ମାର୍ଟଫୋନର ହିଟ୍‌କୁ କମାଯାଇ ପାରିବ । ଏହି ଡିଭାଇସ ଅତ୍ୟନ୍ତ ହାଲୁକା ରହିଛି । ଏହାର ଓଜନ ମାତ୍ର ୭୫ ଗ୍ରାମ ରହିଛି । ଏହା ସମସ୍ତ ବ୍ରାଣ୍ଡର ଫୋନରେ କାମ କରିବ । ଏହାର ଲଞ୍ଚ ତାରିଖ ଓ ଦାମ ଜଣା ପଡ଼ିନଥିବା ବେଳେ ଏହା ମିଡ୍‌ ରେଞ୍ଜର ସ୍ମାର୍ଟଫୋନ ଦାମରେ ବଜାରକୁ ଆସିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.