Below header

ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛାଡ଼ିଲେ ମନ୍ତ୍ରୀ ପଦ; ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ମଞ୍ଜୁର କଲେ ଇସ୍ତଫା ପତ୍ର

ଦିଲ୍ଲୀ ଡେପୁଟି ସିଏମ୍‌ ମନୀଷ ସିସୋଦିଆ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପଦରୁ ଇସ୍ତଫା ଦେଇଛନ୍ତି। ଏହାର କିଛି ସମୟ ତଳେ ସିସୋଦିଆ ସୁପ୍ରିମ୍‌ କୋର୍ଟଙ୍କଠାରୁ ନିରାଶ ହୋଇଥିଲେ। ହାଇକୋର୍ଟ ନ ଯାଇ ସୁପ୍ରିମ କୋର୍ଟଙ୍କ ନିକଟକୁ ସିଧାସଳଖ ଚାଲିଆସିବା ଏକ ଭଲ ପରମ୍ପରା ନୁହେଁ ବୋଲି କୋର୍ଟ କହିଥିଲେ।

ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ମଞ୍ଜୁର କରିଛନ୍ତି। ବର୍ତ୍ତମାନ ଉଭୟ ମନ୍ତ୍ରୀ ବିବାଦରେ ଛନ୍ଦି ହୋଇପଡିଛନ୍ତି। ମନୀଷ ସିସୋଦିଆଙ୍କୁ ୨ ଦିନ ତଳେ ସିବିଆଇ ଗିରଫ କରିଥିବା ବେଳେ ଏପଟେ ସତ୍ୟେନ୍ଦ୍ର ଜୈନ ଅନେକ ମାସ ଧରି ତିହାର ଜେଲରେ ବନ୍ଦୀ ଅଛନ୍ତି।

ବିଜେପି ପକ୍ଷରୁ ଲଗାତାର ଏହି ମନ୍ତ୍ରୀମାନଙ୍କ ଇସ୍ତଫା ପାଇଁ ଦାବି ହେଉଥିଲା। ଆମ୍ ଆଦମୀ ପାର୍ଟି କହିଛି କି, ଏହି ନିଷ୍ପତ୍ତି ଯୋଗୁ ଦିଲ୍ଲୀର ଲକ୍ଷ ଲକ୍ଷ ପିଲାଙ୍କ ମାଆ, ବାପା ଦୁଃଖି ଅଛନ୍ତି।

କହି ରଖୁଛୁ, ଏହାର କିଛି ସମୟ ତଳେ ଦିଲ୍ଲୀର ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ସୁପ୍ରିମ୍‌ କୋର୍ଟଙ୍କଠାରୁ ଝଟ୍‌କା ଲାଗିଛି। ନିଜ ଗିରଫଦାରୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ସିସୋଦିଆଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନ ଉପରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ପଚାରିଥିଲେ କି, ଏହି ମାମଲାକୁ ନେଇ ସିଧା ସୁପ୍ରିମ୍‌ କୋର୍ଟ କାହିଁକି ଚାଲି ଆସିଛନ୍ତି। ନିଜର ମୁକ୍ତି ପାଇଁ ଆପଣ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଆନ୍ତୁ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ପଚରାଉଚରା ପାଇଁ ଡକାଇଥିଲା। ଏଠାରେ ପାଖାପାଖି ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.