Below header

ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ଅକ୍ଷମ ହାଟଡ଼ିହି ବ୍ଳକ ଲଇଛନପୁର ଗାଁର ସ୍ୱୟଂପ୍ରକାଶ, ସରକାରୀ ସହାୟତା ପାଇଁ ନିବେଦନ

କେନ୍ଦୁଝର: ୪ ବର୍ଷରୁ ଅକ୍ଷମ । ନିଜେ କିଛି କରିପାରୁନାହାନ୍ତି । ପାଦେ ଯିବାକୁ ହେଲେ ଅନ୍ୟ ଉପରେ ନିର୍ଭର ହେବାକୁ ପଡିଛି । ଆମେ କହୁଛୁ କେନ୍ଦୁଝର ହାଟଡିହି ବ୍ଲକ ଲଇଛନପୁର ଗାଁର ପୂର୍ଣ୍ଣଚନ୍ଦ୍ର ପାଗଳ ଓ ଆରତୀ ପାଗଳଙ୍କ ପୁଅ ସ୍ୱୟଂପ୍ରକାଶଙ୍କ କଥା । ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ସ୍ୱୟଂ ପ୍ରକାଶ । ଘର କେନ୍ଦୁଝର ହାଟଡିହି ବ୍ଲକ ଲଇଛନପୁର ଗାଁ । ଆଜକୁ ୨୦ ବର୍ଷ ତଳେ ଗାଁର ପୂର୍ଣ୍ଣଚନ୍ଦ୍ର ପାଗଳ ଓ ସ୍ତ୍ରୀ ଆରତୀ ପାଗଳ ଏକ ପଳାଶ ବଣରୁ ସ୍ୱୟଂ ପ୍ରକାଶଙ୍କୁ କୋଳେଇ ନେଇଥିଲେ । କିଛିଦିନ ହସଖୁସିରେ ପରିବାର ଚାଲିଲା । ହେଲେ ପରେ ସବୁକିଛି ଓଲଟ ପାଲଟ ହୋଇଗଲା । ସ୍ୱୟଂପ୍ରକାଶ ୪ ବର୍ଷର ହୋଇଥିବାବେଳେ ଏକ ଅଜଣା ରୋଗରେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଲେ । ସେବେଠୁ ଅନ୍ୟ ଉପରେ ନିର୍ଭର।

ସ୍ୱୟଂ ପ୍ରକାଶଙ୍କ ଚିକିତ୍ସା ପାଇଁ ପୂର୍ଣ୍ଣଚନ୍ଦ୍ର ହସ୍ପିଟାଲ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ସିପି ନାମକ ଏକ ରୋଗ ସ୍ୱୟଂପ୍ରକାଶଙ୍କୁ ହୋଇଥିବା ଡାକ୍ତର କହିଛନ୍ତି । ଅଧିକ ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ । ଘଟଣା ସମ୍ପର୍କରେ ଆମେ ଉପଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଥିଲୁ । ସ୍ୱୟଂପ୍ରକାଶଙ୍କୁ ସହାୟତା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.