ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ, ଟିକେଟ୍‌ ଦାମ୍‌ ଜାଣିଲେ ଦିଲ୍‌ ଖୁସ୍‌ ହୋଇଯିବ

ନୂଆଦିଲ୍ଲୀ : ଆସନ୍ତା ୧୪ ତାରିଖରୁ ଇନ୍ଦୋରରେ ଆରମ୍ଭ ହେବ ଭାରତ ବନାମ ବାଂଲାଦେଶ ପ୍ରଥମ କ୍ରିକେଟ୍‌ ଟେଷ୍ଟ । ଆଉ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖବର ହେଉଛି ଏହି ମ୍ୟାଚ୍‌ର ଟିକେଟ୍‌ ମୂଲ୍ୟ ଏତେ କମ୍‌ ଯେ ଶୁଣିଲେ ଦିଲ୍‌ ଖୁସ୍‌ ହୋଇଯିବ । ପୂରା ପାଞ୍ଚ ଦିନ ଖେଳ ଦେଖିବା ଲାଗି ସବୁଠାରୁ କମ୍‌ ଦରର ଟିକେଟ୍‌ ଦାମ୍‌ ହେଉଛି ମାତ୍ର ୩୧୫ ଟଙ୍କା । ଅବଶ୍ୟ ଅନ୍ୟ ଗ୍ୟାଲେରୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ଦର ଧାର୍ଯ୍ୟ କରାଯାଇଛି । ୩୧୫ରୁ ୧୮୪୫ ଟଙ୍କା ଯାଏ ମୂଲ୍ୟ ରହିଛି । ମ୍ୟାଚ୍‌ ଖେଳା ଯିବାକୁ ଥିବା ହୋଲକାର ଷ୍ଟାଡିୟମରେ ପ୍ରାୟ ୨୭ ହଜାର ଦର୍ଶକ ବସି ପାରିବେ । ତେବେ ମ୍ୟାଚ୍‌ର ଦୈନିକ ଟିକେଟ୍‌ ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.