ରାଜ୍ୟ ସରକାରଙ୍କ ନୂଆ ଯୋଜନା: ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବ ‘ସ୍ୱୟମ୍’

ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବ ସ୍ୱୟମ୍ । ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବେରୋଜଗାରଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ୧ ଲକ୍ଷ ଟଙ୍କାର ସୁଧ ମୁକ୍ତ ଋଣ ଦିଆଯିବ । ଏଥିପାଇଁ ଆରମ୍ଭ ହେବ ନୂଆ ଯୋଜନା ସ୍ୱତନ୍ତ୍ର ଯୁବ ଉଦ୍ୟମୀ ବା ସ୍ୱୟମ୍ ।

ଭୁବନେଶ୍ୱର (କେନ୍ୟୁଜ୍‌) :  ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବ ସ୍ୱୟମ୍ । ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବେରୋଜଗାରଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ୧ ଲକ୍ଷ ଟଙ୍କାର ସୁଧ ମୁକ୍ତ ଋଣ ଦିଆଯିବ । ଏଥିପାଇଁ ଆରମ୍ଭ ହେବ ନୂଆ ଯୋଜନା ସ୍ୱତନ୍ତ୍ର ଯୁବ ଉଦ୍ୟମୀ ବା ସ୍ୱୟମ୍ । ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ ।

ବ୍ୟୟସାୟ ଆରମ୍ଭ ବା ସମ୍ପ୍ରସାରଣ ପାଇଁ ୧ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ଲୋନ୍ ପାଇଁ ସାଧାରଣ ବର୍ଗଙ୍କ ବୟସସୀମା ୧୮ରୁ ୩୫ ବର୍ଷ ହୋଇଥିବ । ସେହିପରି ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ଓ କିନ୍ନରଙ୍କ କ୍ଷେତ୍ରରେ ସର୍ବାଧିକ ବୟସସୀମା ୪୦ ବର୍ଷ ହୋଇଥିବ । ଆବେଦନକାରୀ ପରିବାର ବିଏସକେୱାଇ ପରିସରଭୁକ୍ତ କିମ୍ବା ବାର୍ଷିକ ଆୟ ୩ ଲକ୍ଷରୁ କମ୍ ହୋଇଥିବ । ରାଜ୍ୟ ସରକାର ଋଣ ପରିମାଣର ୧୫ ପ୍ରତିଶତ ଗ୍ୟାରେଣ୍ଟି ଓ CGTMSE ୮୫ ପ୍ରତିଶତ ଗ୍ୟାରେଣ୍ଟି ବହନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.