Below header

ମହାନତାର ମସିହା ସାଜିଲା ଟାଙ୍ଗୀ ପୋଲିସ: ଟ୍ରକରୁ ଖସି ପଡିଥିବା ୩ ଲକ୍ଷ ଟଙ୍କାର ଲୁଗା ଗଣ୍ଠିଲିକୁ ଡ୍ରାଇଭରକୁ କଲା ହସ୍ତାନ୍ତର

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକରୁ ଖସି ପଡିଯାଇଥିବା ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଲୁଗା ପଟା ସାମଗ୍ରୀ ସୁରକ୍ଷିତ ଭାବେ ଉଦ୍ଧାର କରି  ହସ୍ତାନ୍ତର କରିଛି ଟ୍ରକ୍ ଚାଳକଙ୍କୁ। ଏ ନେଇ ଟ୍ରକ୍ ଚାଳକ  ଟାଙ୍ଗୀ ପୋଲିସକୁ ଜଣାଇଛି ଧନ୍ୟବାଦ। ରଣପୁର ଅଂଚଳର ଜଣେ ଡ୍ରାଇଭର  ଆଇଚର ଟ୍ରକରେ  ମାଲ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଇଛାପୁରରୁ ଭୁବନେଶ୍ୱର ଯାଉଥିଲେ । ଖୋରଧା ଜିଲ୍ଲା ଟାଙ୍ଗୀ ଥାନା  ଜୟ ମଙ୍ଗଳପୁର ଛକ ନିକଟରେ ଟ୍ରକରୁ ୩ଟି ଲୁଗା  ଗାଣ୍ଠିଲି ଖସି ପଡିଥିଲା । ଟ୍ରକରୁ ଲୁଗା ପଟା ଖସିବା ପରେ ପଛରେ ଆସୁଥିବା  ଅନ୍ୟ ଗାଡି ଚାଳକ ମାନେ ଗାଡି ଡ୍ରାଇଭରକୁ ସୂଚନା ଦେଇଥିଲେ ।

 ଏହାପରେ ଡ୍ରାଇଭର  ଚିଲିକା ଡ୍ରାଇଭର ମହାସଂଘକୁ ଯୋଗାଯୋଗ କରିଥିଲେ । ମହାସଂଘ ଟାଙ୍ଗୀ ପୋଲିସକୁ ଜଣାଇବା ପରେ ପୋଲିସ  ସମସ୍ତ ଲୁଗା ଗାଣ୍ଠିଲିକୁ ଉଦ୍ଧାର କରିଥିଲା ।ଏହାପରେ ସମସ୍ତ ସାମଗ୍ରୀ ଗାଡି ଡ୍ରାଇଭରକୁ ଟାଙ୍ଗି ଥାନା ଅଧିକାରୀ ବିଜୟ ମଲ୍ଲିକ ହସ୍ତାନ୍ତର କରିଥିଲେ । ପୋଲିସର ତୁରନ୍ତ ହସ୍ତକ୍ଷେପକୁ  ଓଡ଼ିଶା ଡ୍ରାଇଭର ମହାସଂଘ ଧନ୍ୟବାଦ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.