Below header

ସିଭିୟର ସାଇକ୍ଲୋନ୍‌ରେ ପରିଣତ ହେଲା ବାତ୍ୟା ଅସାନି, ୧୪ କିଲୋମିଟର ବେଗରେ ଗତି କରୁଛି

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନ୍‌ରେ ପରିଣତ ହେଲା ବାତ୍ୟା ଅସାନି । ଅଧିକ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିଛି । ଗତ ୬ ଘଣ୍ଟାରେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ବାତ୍ୟା । ଏବେ ପୁରୀଠାରୁ ୮୮୦ କିଲୋମିଟର ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ।

୧୦ ତାରିଖ ପରେ ରିକର୍ଭ କରି ସମାନ୍ତରାଳ ଭାବରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା । କିନ୍ତୁ ଓଡିଶା ଛୁଇଁବ ନାହିଁ । ଲାଣ୍ଡଫଲ୍‌ ନକରି ସମୁଦ୍ର ଭିତରେ ଦୁର୍ବଳ ପଡ଼ିପାରେ । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ୧୦ତାରିଖରୁ ବର୍ଷା ପବନ ହେବ । ଆସନ୍ତାକାଲି ପବନର ବେଗ ଘଣ୍ଟାପ୍ରତି ୧୦୫-୧୧୫ କିଲୋମିଟର ଓ ବଢ଼ି ୧୨୫ କିଲୋମିଟର ରହିପାରେ । ଓଡ଼ିଶା ଉପକୂଳରେ ୧୧ ଓ ୧୨ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟ ଓ ବଢ଼ି ୬୦ କିଲୋମିଟର ଛୁଇଁପାରେ । ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷିବ । ୧୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରେ ପ୍ରବେଶ ମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.