ଜମ୍ମୁ କାଶ୍ମୀର କୁଲଗାମରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ସଫା

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁ କାଶ୍ମୀର କୁଲଗାମରେ ଏନ୍‌କାଉଣ୍ଟର । ୨ ଆତଙ୍କବାଦୀ ସଫା । ଏମାନଙ୍କ ଭିତରେ ଜଣେ ପାକିସ୍ତାନୀ ଲସ୍କର-ଏ-ତୋଏବା ଆତଙ୍କବାଦୀ। ସେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିଲା । ନିକଟରେ ଦୁଇଟି ପୃଥକ ଆକ୍ରମଣରେ ସାମିଲ ଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ସ୍ଥାନୀୟ ଆତଙ୍କବାଦୀ । ତା ନାଁ ଶାହବାଜ୍‌ ଶାହ । ସେ ସାଧାରଣ ନାଗରିକଙ୍କ ହତ୍ୟାରେ ସାମିଲ ଥିଲା । କୁଲଗାମରେ ୨ ଜଣ ଆତଙ୍କୀ ଲୁଚିଥିବା ଗତକାଲି ରାତିରେ ପୋଲିସ୍‌କୁ ଠୋସ୍‌ ସୂଚନା ମିଳିଥିଲା । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ କରିଥିଲେ ସୁରକ୍ଷାକର୍ମୀ। ସର୍ଚ୍ଚ ଅପରେସନ୍‌ ବେଳେ ଏନକାଉଣ୍ଟର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.