ଗଞ୍ଜାମର ତପସ୍ୱିନୀ ହାତେଇଲେ ମିସେସ୍ ମହାରାଷ୍ଟ୍ର ଟ୍ୟାଲେଣ୍ଟ ସମ୍ମାନ, ରଖିଲେ ଓଡ଼ିଶାର ଟେକ

ଓଡ଼ିଆ ବୋହୂଙ୍କ କମାଲ। ମିସେସ୍ ମହାରାଷ୍ଟ୍ର ଟ୍ୟାଲେଣ୍ଟ ସମ୍ମାନ ହାତେଇଛନ୍ତି ଜଣେ ଓଡ଼ିଆ ବୋହୂ। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତେରୀ ଗ୍ରାମର ତପସ୍ୱିନୀ ବରଡ଼। ସେ ସ୍ୱାମୀ ଶ୍ରୀକାନ୍ତ ବରଡ଼ ଓ ପାଞ୍ଚ ବର୍ଷର କୁନି ପୁଅ ସହିତ ବେଙ୍ଗାଲୁରୁରେ ରୁହନ୍ତି। ବିଜୟ ନାୟକଙ୍କ ଝିଅ ତପସ୍ୱିନୀ ଛୋଟ ବେଳୁ ଅନେକ କିଛି କରିବାର ଲକ୍ଷ୍ୟ ରଖିଥିବା ବେଳେ ସୁଯୋଗ ପାଉନଥିଲେ। ହେଲେ କରୋନା ତାଙ୍କୁ ଏହି ସୁଯୋଗ ଦେଇଥିବା ସେ କହିଛନ୍ତି ।
ଏହି ପ୍ରତିଯୋଗିତାରେ ସେ ଝିଅମାନଙ୍କ ବିଭିନ୍ନ ସମସ୍ୟାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ୨ ମିନିଟ୍ ସମୟ ମିଳିଥିଲା। ଜଜ୍ ମାନଙ୍କୁ ତପସ୍ବିନୀଙ୍କ ଅଭିନୟ ଏତେ ପସନ୍ଦ ଆସିଥିଲା ଯେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ହାତେଇବା ପରେ ତପସ୍ୱିନୀ ଏବେ ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି। ତେବେ ଜଣେ ମହିଳା ହୋଇ ମଧ୍ୟ ନିଜ ଟ୍ୟାଲେଣ୍ଟ ଯୋଗୁ ଆଜି ମହାରାଷ୍ଟ୍ରରେ ଏହି ଟାଇଟଲ ହାତେଇ ପାରିଛନ୍ତି ବୋଲି କହିଛନ୍ତି ତପସ୍ୱିନୀ।