ଆପଣଙ୍କ ଘରେ ମୂଷା ଅଛନ୍ତି କି, ତେବେ ଜାଣନ୍ତୁ ଏମାନେ ସାଜିପାରନ୍ତି ଆପଣଙ୍କ ପାଇଁ ବିନାଶର କାରଣ

ଘରେ ମୂଷା ରହିବା କିମ୍ବା ଦେଖାଯିବା ସାଧାରଣ କଥା। ଏଥିସହ ଭଗବାନ ଗଣେଶଙ୍କ ବାହନ ହୋଇଥିବା କାରଣରୁ ମୂଷାକୁ ବି ପୂଜା କରାଯାଏ। କିନ୍ତୁ ଏହି ମୂଷା ଅନେକ ଅଶୁଭ ଘଟଣାର ସଂକେତ ଦେଇଥାଏ। ଘରେ ବହୁତ ମୂଷା ଦେଖାଯିବା, ମୂଷା ମରିପଡିବା କିମ୍ବା ସେମାନଙ୍କର ଅଜବ ବ୍ୟବହାର ଅନେକ ଶୁଭ ଅଶୁଭ ଘଟଣାର ପୂର୍ବ ସଂକେତ ଦେଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଗଣେଶଙ୍କ ବାହନ ମୂଷାକୁ ମାରିବାର ଭୁଲ କେବେବି କରନ୍ତୁନାହିଁ। ବରଂ ପିଞ୍ଜରାରେ ଭର୍ତ୍ତି କରି କୌଣସି ଏକ ସୁନସାନ ରାସ୍ତାକୁ ନେଇଯାଇ ଛାଡି ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ମୂଷା ସହ ଜଡିତ ଶୁଭ ଏବଂ ଅଶୁଭ ସଂକେତ।

ବହୁତ ଅଶୁଭ ହୋଇଥାଏ ମୂଷା ସହ ଜଡିତ ଏହି ଅଶୁଭ ସଂକେତ

ଯଦି ଘରେ ଅଚାନକ ମୂଷାଙ୍କ ସଂଖ୍ୟା ବଢିଯାଏ ତାହେଲେ କୌଣସି ଅସୁବିଧା ଆସିବାର ପୂର୍ବ ସୂଚନାର ଏହା ହେଉଛି ସଂକେତ।

ଘରେ ୨-୪ ଟି ମୂଷା ହେବା ସାଧାରଣ କଥା କିନ୍ତୁ ଏହାର ସଂଖ୍ୟା ବଢ଼ିଗଲେ ଏହା ଘରର ସୁଖ ସମୃଦ୍ଧି, ଶାନ୍ତିକୁ ଖରାପ କରିଦେଇଥାଏ। ଏଥିପାଇଁ ଏମାନଙ୍କୁ ଧରି ପିଞ୍ଜରାରେ କୌଣସି ଏକ ଖୋଲା ଜାଗାରେ ଛାଡ଼ିଦେବା ଉଚିତ।

କଳା ମୂଷା ରାତି ସାରା ଘରେ ବୁଲିଲେ କିମ୍ବା ଉତ୍ପାତ କଲେ ଏହା କୌଣସି ରୋଗ ଆସିବାର ସଂକେତ ଦେଇଥାଏ। ଏହା ଶତ୍ରୁ ବଢିବାର ମଧ୍ୟ ସୂଚନା ଦେଇଥାଏ।

ଘରୁ ବାହାରିବା ସମୟରେ ଯଦି ମୂଷା ଆପଣଙ୍କ ଆଗରେ ଚାଲିଯାଏ ତାହେଲେ ଏହା ଅଶୁଭ ହୋଇଥାଏ। ଏହାଦ୍ୱାରା କାମରେ ବାଧା ଉପୁଜିପାରେ।

ମୂଷା ଗଣେଶଙ୍କ ବାହନ ହେଲେ ସୁଦ୍ଧା ଏହାକୁ ଅଜ୍ଞାନୀ ଶକ୍ତିର ପ୍ରତୀକ ବୋଲି ଧରାଯାଏ। ଘରେ ଅଧିକ ସଂଖ୍ୟାର ମୂଷା ରହିଲେ ଏହା ଘରର ଲୋକଙ୍କ ପାଇଁ ବିନାଶର କାରଣ ସାଜିଥାଏ ଏବଂ ନକରାତ୍ମକ ଭାବନା ଆଣିଥାଏ। ଏଥିପାଇଁ ଘରେ ବହୁତ ଅଧିକ ସଂଖ୍ୟାରେ ମୂଷା ହେବାକୁ ଦିଅନ୍ତୁନାହିଁ। ନଚେତ ଏହା ଘରର ଲୋକଙ୍କର ବୁଦ୍ଧି ଭ୍ରଷ୍ଟ କରିଦେଇଥାଏ।

ଛୁଚୁନ୍ଦ୍ରା ଆସିବା ଶୁଭ

ସେହିପରି ଯଦି ଘରକୁ ଛୁଚୁନ୍ଦ୍ରା ଆସିଥାଏ କିମ୍ବା ରହିଥାଏ ତାହେଲେ ଏହାକୁ ବାସ୍ତୁ ଶାସ୍ତ୍ରରେ ବହୁତ ଶୁଭ ବୋଲି ଧରାଯାଇଛି। ଛୁଚୁନ୍ଦ୍ରାର ସମ୍ପର୍କ ମା ଲକ୍ଷ୍ମୀଙ୍କ ସହିତ ରହିଛି। ତେଣୁ କୁହାଯାଏ ଯେଉଁଠି ଛୁଚୁନ୍ଦ୍ରା ରହିଥାଏ ସେଠାରେ ମା ଲଷ୍ମୀଙ୍କର କୃପା ରହିଥାଏ। କେବେବି ଟଙ୍କାର ଅଭାବ ରହିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.