ବହୁ ବିବାଦ ପରେ ଶ୍ୱଶୁର ଘରେ ପ୍ରବେଶ କଲେ ତପସ୍ୱିନୀ, ନଡ଼ିଆ ବାଡ଼େଇ କଲେ ଗୃହ ପ୍ରବେଶ

ବହୁ ବାଦ ବିବାଦ ପରେ ଶ୍ୱଶୁର ଘରେ ପ୍ରବେଶ କଲେ ତପସ୍ୱିନୀ। ଏବେ ସେ ବ୍ରହ୍ମପୁର ବ୍ରହ୍ମନଗର ସ୍ଥିତ ଘରକୁ ଯାଇଛନ୍ତି। ପ୍ରଥମେ ନଡ଼ିଆ ବାଡେଇବା ପରେ ତପସ୍ୱିନୀ ଘର ଭିତରେ ପ୍ରବେଶ କରିଛନ୍ତି। ତହସିଲଦାର ଓ ପୋଲିସ ଉପସ୍ଥିତିରେ ଘରେ ପ୍ରବେଶ କରିଛନ୍ତି ତପସ୍ୱିନୀ। ଉପର ଘରେ ଦିଆଯାଇଥିବା ରୁମ୍‌ରେ ସେ ରହିଛନ୍ତି।

ସୂଚନାଯୋଗ୍ୟ ଯେ ତପସ୍ୱିନୀ ଶ୍ୱଶୁର ଘରେ ସୁମିତଙ୍କ ସହ ରହିବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉପର ଘରକୁ ରହିବା ଉପଯୋଗୀ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିଥିଲେ ତାଙ୍କ ଶ୍ୱଶୁର। ଘରକୁ ପରିଷ୍କାର ପରିଚ୍ଛନ କରିବା ପରେ ତପସ୍ୱିନୀ ଘରେ ରହିବାକୁ ଯାଇଛନ୍ତି।