୧୫ ଦିନ ଭିତରେ ଶତପ୍ରତିଶତ କିଶୋରଙ୍କ ଟିକାକରଣ ସାରିବାକୁ ବିଏମ୍ସିର ଲକ୍ଷ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୫ଦିନ ଭିତରେ ଶତପ୍ରତିଶତ କିଶୋରଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଏମ୍ସି। ୧୮ ବର୍ଷରୁ କମ୍ ବୟସ୍କମାନେ ଅଧିକ ସଂକ୍ରମିତ ହେଉଥିବା ବେଳେ ଟିକାକରଣରେ କିଶୋରଙ୍କୁ ଅଗ୍ରାଧିକାର ଦିଆଯିବ। ୩୫ଟି ସେଣ୍ଟରରେ ଆରମ୍ଭ ହୋଇଥିବା ଟିକାକରଣ ଏବେ ପାଖାପାଖି ୫୦ଟି ସେଣ୍ଟରରେ କାର୍ଯ୍ୟକ୍ଷମ ହୋଇସାରିଛି। ୭୦ ହଜାର ଟାର୍ଗେଟକୁ ଯଥାଶୀଘ୍ର ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ବିଏମ୍ସିର ଅତିରିକ୍ତ କମିଶନର।
ସେପଟେ କରୋନା ସଂକ୍ରମଣ ବଢ଼ିବା କାରଣରୁ ୨୨ଟି ଅଞ୍ଚଳକୁ ବିଏମ୍ସି କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି। ଜଟିଳ ପରିସ୍ଥିତିକୁ ଦେଖି ଆଗକୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ୍କୁ ବଢ଼ାଇବାର ସମ୍ଭାବନା ରହିଛି ବୋଲି ବିଏମ୍ସିରେ ଅତିରିକ୍ତ କମିଶନର କହିଛନ୍ତି।