ତମ୍ବୁ ତଳେ ତପସ୍ବିନୀ, ଶୀତ କାକାରରେ ରାତି ସାରା ସେମିତି ବସି ରହିଛନ୍ତି

ବ୍ରହ୍ମପୁର(କେନ୍ୟୁଜ୍): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଘଟଣାରେ ନୂଆ ମୋଡ଼ । ଆସିକା ଗେଷ୍ଟ ହାଉସ୍‌ ଛାଡି ବ୍ରହ୍ମପୁରରେ ଶ୍ୱଶୁର ଘର ଆଗରେ ପୁଣି ଧାରଣାରେ ବସିଛନ୍ତି ତପସ୍ୱିନୀ । ଶୀତ କାକରକୁ ଖାତିର ନାହିଁ । ସେଇଠି ବସି ବସି ଦିନ ବିତୁଛି । ତମ୍ବୁ ତଳେ ରାତି କାଟୁଛନ୍ତି ତପସ୍ୱିନୀ । ନ୍ୟାୟ ନମିଳିବା ଯାଏ ଉଠିବେ ନାହିଁ ବୋଲି କହିଛନ୍ତି । ଗତକାଲି ପୋଲିସ ସୁମିତଙ୍କ ଘରକୁ ଯାଇଥିଲା । ବାପାଙ୍କ ସହ ଆଲୋଚନା କରିଥିଲା । ପୁଅ କେଉଁଠି ବୋଲି ପଚାରିଥିଲା ପୋଲିସ ।

ଅନ୍ତରୀଣ ରିଲିଫ ପ୍ରଦାନ ନେଇ ତପସ୍ୱିନୀ କରିଥିବା ପିଟିସନର ଆସନ୍ତାକାଲି ଶୁଣାଣି ଅଛି । ଗତ ୯ ତାରିଖରେ ତପସ୍ୱିନୀଙ୍କ ପିଟିସନ ଉପରେ ଶୁଣାଣି କରି ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟ । ସପ୍ତାହେ ଏକାଠି ରହିବା ପରେ ସୁମିତ ଏବେ ଛୁଟିରେ । ପ୍ରଥମ ପର୍ଯ୍ୟାୟରେ ୫ ଦିନ ଓ ପରେ ଆଉ ୮ ଦିନ ଛୁଟି ନେଇଛନ୍ତି । ସ୍ୱାମୀ ଫେରୁ ନଥିବାରୁ ଆସିକା ଗେଷ୍ଟ ହାଉସ୍‌ ଛାଡ଼ିଥିଲେ ତପସ୍ୱିନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.