ପରିବର୍ତ୍ତିତ ପରିସ୍ଥିତିରେ ବି ପାରମ୍ପରିକ ଶିକ୍ଷାଦାନ, କେନ୍ଦ୍ରାପଡ଼ାରେ ଆଜି ବି ଚାଲିଛି ଗ୍ରୀଷ୍ମକାଳୀନ ପାଠଶାଳା

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବ୍ଲକ୍‌ ବଳଭଦ୍ରପୁର ଗାଁରେ ୧୯୭୭ ମସିହାରେ ଦୁର୍ଯ୍ୟୋଧନ ପରିଡ଼ାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ପାଠଶାଳା । ଅନ୍ୟାନ୍ୟ ଗାଁରେ ପାଠଶାଳା ସବୁ ବନ୍ଦ ପଡ଼ିଥିବା ବେଳେ ଏଠି ବେଶ୍‌ ଉତ୍ସାହର ସହ ଚାଲିଛି ପାଠଶାଳା । ପାଠଶାଳାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଖାପାଖି ଶହେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଖରାଛୁଟିରେ ଖେଳକୁଦରେ ସମୟ ନଷ୍ଟ ନକରି ପିଲାଏ ପାଠ ପଢୁଛନ୍ତି । ସେପଟେ ଗାଁର ଶିକ୍ଷିତ ଯୁବକ ଯୁବତୀ କୌଣସି ପାରିଶ୍ରମିକ ନନେଇ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ।

କେବଳ ବଳଭଦ୍ରପୁର ଗାଁ ନୁହେଁ ଆଖପାଖ ଗାଁରୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏଠାକୁ ଆସି ଶିକ୍ଷାଦାନ କରି ଆନନ୍ଦ ଅନୁଭବ କରୁଛନ୍ତି । ଏଥି ସହିତ ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ଏପରି କାର୍ଯ୍ୟକ୍ରମ ହେଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.