ହାତ ଗୋଡ ତଳେ ଦେଇ ଘୋଡା ଭଳି ଦୌଡି ପାରନ୍ତି ଏହି ମହିଳା,ଲୋକେ ନାଁ ଦେଲେ ‘ହର୍ସ ଓମେନ’

ନାର୍ବି(ୟୁରୋପ) : ହାତ ଗୋଡ ଠିକ ଠାକ ,ଭଲରେ ଚାଲି ପାରନ୍ତି ମଧ୍ୟ । ହେଲେ ତାଙ୍କ ଅଜବ ଅଭ୍ୟାସ ପାଇଁ ତାଙ୍କୁ ଏକ ଭିନ୍ନ ପରିଚୟ ମଳିଛି । ଆଉ ସେହି ପରିଚୟଟି ହେଉଛି ‘ହର୍ସ ଓମେନ’ । ଯାହାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ଏପରି ନାମ ହେବା ପଛରେ ଏକ ବିଶେଷତ୍ବ ରହିଛି । ଆଉ ସେହିଟି ହେଉଛି ମହିଳା ଜଣକ ବିନା କଷ୍ଟରେ ଘୋଡା ଭଳି କ୍ଷିପ୍ର ଗତିରେ ଧାଇଁ ପାରନ୍ତି ଓ ସାମ୍ନାରେ ଥିବା ଉଚ୍ଚା ପ୍ରତିବନ୍ଧକକୁ ବି ଡେଇଁ ପାରନ୍ତି ।

ନର୍ବି ଅଞ୍ଚଳର ଆୟଲା କର୍ଷ୍ଟନ ନାମକ ଏହି ମହିଳା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ,ପିଲାବେଳୁ ସେ ଏମିତି ହାତ ଓ ଗୋଡକୁ ତଳେ ଲଗାଇ କୁକୁର ଭଳି ଚାଲିବାକୁ ପସନ୍ଦ କରନ୍ତି । ବୟସ ବଢିବା ପରେ ପରେ କର୍ଷ୍ଟନଙ୍କୁ ଏମିତି ଚାରିଗୋଡିଆ ପ୍ରାଣି ଭଳି ଚାଲିବାର ଇଚ୍ଛା ବଢି ଚାଲିଲା । ତିନି ସପ୍ତାହ ପୁର୍ବେ କର୍ଷ୍ଟନ ନୂଆକରି ଖୋଲିଥିବା ଇଂଷ୍ଟାଗ୍ରାମରେ ତାଙ୍କର ଏହି ଘୋଡା ଭଳି ଦୌଡର ଭିଡିଓକୁ ପୋଷ୍ଟ କରିଥିଲେ । ଯହାକୁ ଲୋକଙ୍କ ଅଦ୍ଭୁତପୁର୍ବ ସମର୍ଥନ ମିଳିଥିଲା । ଏମିତିକି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ କର୍ଷ୍ଟନଙ୍କ ଏପରି ଦୌଡିବା ଦେଖି ତାଙ୍କୁ ‘ହର୍ସ ଓମେନ’ ବୋଲି ସମ୍ବୋଧନ ମଧ୍ୟ କରିଥିଲେ ।

 

ମୋତେ କଷ୍ଟ ଅନୁଭବ ହୋଇନଥାଏ 

କର୍ଷ୍ଟନ ତାଙ୍କର ଏହି ଭଳି ଚାଲିବା ନେଇ ଶରୀରରେ କିଛି ପ୍ରଭାବ ପଡୁନାହିଁ ଓ ପିଠିରେ ଦରଜ ହେଉନାହିଁ ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଲୋକମାନେ ମୋର ଏହି ଅଦ୍ଭୁତ ଅଭ୍ୟାସକୁ ପସନ୍ଦ କରୁଥିବାରୁ ମୋତେ ଏହା ଉତ୍ସାହିତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.