ସୈତାନ ପାଲଟିଗଲେ ଶିକ୍ଷକ, ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଅଟକ

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣ ଅଟକ । ପୋଲିସର ପଚରା ଉଚରା ଜାରି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇରେ ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ କନିଷ୍ଠ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ନବରଙ୍ଗପୁର (କେନ୍ୟୁଜ): ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣ ଅଟକ । ପୋଲିସର ପଚରା ଉଚରା ଜାରି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇରେ ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ କନିଷ୍ଠ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣକ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁସାରେ ଗତ ୭ ତାରିଖ ଦିନ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିଲେ । କିନ୍ତୁ ଲୋକଲଜ୍ଜା ଓ ମାନସିକ ଚାପରେ ସେ ଏନେଇ ପରିବାର ଲୋକଙ୍କୁ ଜଣାଇ ନଥିଲେ । ହସପିଟାଲରେ ଚିକିତ୍ସା ଚାଲିଥିବା ସମୟର ପୀଡ଼ିତା ଜଣକ ନର୍ସଙ୍କୁ କହିଥିଲେ । ଏହା ପରେ ପୀଡ଼ିତଙ୍କ ବାପା କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ପରେ ପ୍ରଧାନ ଶିକ୍ଷକ ସମେତ ଦୁଇ ଶିକ୍ଷକଙ୍କୁ ଥାନାରେ ଅଟକ ରଖା ଯାଇଛି । ତଦନ୍ତ ଚାଲିଥିବାରୁ ପୋଲିସ ମଧ୍ୟ ଏ ସଂପର୍କରେ କିଛି କହିବାକୁ ମନା କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.