ବଢ଼ିବ ତାତି, ଜଳିବ ଓଡ଼ିଶା; ୪୦ ଟପିବ ତାପମାତ୍ରା !

୪୦ ଟପିବ ତାପମାତ୍ରା !। ଗତକାଲି ୫ ସହରର ତାପମାତ୍ରା ୩୫.୫ ଡିଗ୍ରୀ ସେଲସିୟସ ରହିଥିବାବେଳେ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି। ଆଗକୁ ଆହୁରି ବଢିବ ତାତି।

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ତାତି, କଲବଲ କରିବ ଖରା । ୪୦ ଟପିବ ତାପମାତ୍ରା !। ଗତକାଲି ୫ ସହରର ତାପମାତ୍ରା ୩୫.୫ ଡିଗ୍ରୀ ସେଲସିୟସ ରହିଥିବାବେଳେ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି। ଆଗକୁ ଆହୁରି ବଢିବ ତାତି। ୨୬ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ପାର କରିବ।

ଆଗାମୀ ୪ରୁ ୫ଦିନରେ ଦିନର ତାପମାତ୍ରା ୩ରୁ ୫ଡିଗ୍ରୀ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ। ୨୫ତାରିଖ ବେଳକୁ ପୁଣି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳିଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.