ମସ୍କୋରେ ଭୟଙ୍କର ଆତଙ୍କବାଦୀ ହମଲା: ୬୦ ମୃତ, ୧୪୦ରୁ ଅଧିକ ଆହତ

ରୁଷରେ ଆତଙ୍କବାଦୀ ଖେଳିଲେ ରକ୍ତର ହୋଲି । ମସ୍କୋରେ ଭୟଙ୍କର ଆତଙ୍କବାଦୀ ହମଲା । ୬୦ ମୃତ, ୧୪୦ରୁ ଅଧିକ ଆହତ । ମସ୍କୋ କନସର୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ ଷ୍ଟେଟ-ISIS ।

ନୂଆଦିଲ୍ଲୀ : ରୁଷରେ ଆତଙ୍କବାଦୀ ଖେଳିଲେ ରକ୍ତର ହୋଲି  । ମସ୍କୋରେ ଭୟଙ୍କର ଆତଙ୍କବାଦୀ ହମଲା । ୬୦ ମୃତ, ୧୪୦ରୁ ଅଧିକ ଆହତ । ମସ୍କୋ କନସର୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ ଷ୍ଟେଟ-ISIS । ମସ୍କୋର କ୍ରୋକସ ସିଟି ହଲ କନସର୍ଟ ଭେନ୍ୟୁରେ ଆତଙ୍କବାଦୀମାନେ ପଶି ହଠାତ ମେସିନ ଗନରୁ ଗୁଳିମାଡ଼ କରିଥିଲେ । ଲୋକଙ୍କ ଉପରକୁ ଗ୍ରେନେଡ ଓ ବୋମା ଫିଙ୍ଗିଥିଲେ । ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ଜଣଙ୍କ ପରେ ଜଣେ ଟଳିପଡ଼ିଥିଲେ । ଏଥିସହ କୋଠାରେ ନିଆଁ ଲାଗିଯାଇଥିଲା । ସାରା ଅଞ୍ଚଳ ଧୂଆଁମୟ ହୋଇଥିଲା । ଲୋକମାନେ ଧାଁ ଧଉଡ଼ ସହ ଆର୍ତ୍ତ ଚିତ୍କାର କରିଥିଲେ । ନିଆଁ ଲାଗିଯିବାରୁ କ୍ରୋକସ ସିଟି ହଲ ଛାତ ଭୁଶୁଡ଼ିପଡ଼ିଥିଲା । ଆହତମାନଙ୍କୁ ଡାକ୍ତରଖାନାକୁ ନେବା ପଇଁ ୫୦ ଆମ୍ବୁଲାନସ ଟିମକୁ ମୁତୟନ କରାଯାଇଥିଲା ।

ଇରାକ ଓ ସିରିଆରେ ଏକଦା ଆଧିପତ୍ୟ ବିସ୍ତାର କରିଥିବା ଆତଙ୍କବାଦୀ ସଂଗଠନ ISIS ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ୫ ଜଣ ବନ୍ଧୁକଧାରୀ ଏହି ଆକ୍ରମଣ ଘଟାଇଥିବା କୁହାଯାଉଛି । ପୂର୍ବରୁ ଜାନୁଆରୀରେ ଇରାନରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆମେରିକୀୟ ଅଧିକାରୀ କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟ ପୂର୍ବରୁ ରୁଷିଆକୁ ଦିଆଯାଇଥିଲା । ଏ ସଂପର୍କିତ ରିପୋର୍ଟ ନ୍ୟୁୟର୍କ ଟାଇମସରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.