ପଞ୍ଚଭୂତରେ ବିଲୀନ ହେଲେ ଦାମୋଦର ରାଉତ, ମୁଖାଗ୍ନି ଦେଲେ ପୁଅ

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେଲା ଶେଷକୃତ୍ୟ । ବଡ଼ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଥିଲେ ।

ପୁରୀ (କେନ୍ୟୁଜ): ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେଲା ଶେଷକୃତ୍ୟ । ବଡ଼ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ ।

ଶେଷକୃତ୍ୟ ବେଳେ ସ୍ଵର୍ଗଦ୍ଵାରରେ ପୁରୀ ଏସପି ପିନାକ ମିଶ୍ର , ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଗତକାଲି ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭୋର୍ ୫ଟା ୨୩ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦାମୋଦର ରାଉତ। ଦାମ ରାଉତଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଯୁଗର ଅବସାନ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.