ସକାଳୁ ସକାଳୁ ଥଣ୍ଡାରେ ଥରୁଛି ପୁରା ଓଡିଶା, ଅନେକ ସ୍ଥାନରେ ୧୫ ଡିଗ୍ରୀ ତଳେ ରାତି ତାପମାତ୍ରା

ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଅଧା ଓଡ଼ିଶାରେ ୧୫ ଡିଗ୍ରୀ ସେଲୟିସ୍ ତଳକୁ ଖସିଛି ପାରଦ ।

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଅଧା ଓଡ଼ିଶାରେ ୧୫ ଡିଗ୍ରୀ ସେଲୟିସ୍ ତଳକୁ ଖସିଛି ପାରଦ । କେନ୍ଦୁଝର ଜିଲ୍ଲାରେ ପାରଦ ସବୁଠୁ କମ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ୧୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେର୍କଡ କରାଯାଇଛି। ବିଭିନ୍ନ ସ୍ଥାନରେ ପଡୁଛି କୁହୁଡ଼ି । ଆଗକୁ ଆହୁରି ଖସିବ ପାରଦ । ଅଧିକାଂଶ ସହରରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି ।

ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ କମିବା ସହ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ଆସୁଛି। ଏଥିପାଇଁ ଅଧିକ ଶୀତ ଅନୁଭୂତ ହେଉଛି। ଆସନ୍ତା ୧୫ ତାରିଖ ଯାଏ ଶୀତର ପ୍ରଭାବ ରହିବ। ୧୬ ତାରିଖରୁ ପୁଣି ତାପମାତ୍ରା ବଢିବ ଓ ଶୀତ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.