ଏପ୍ରିଲରୁ ପହିଲାରୁ ବଢିବ ତାପମାତ୍ରା, ଅସହ୍ୟ ହେବ ଖରା

ଏବେଠୁ ତତାଇଲାଣି, ଆଗକୁ ଆହୁରି ତାତିବ । ସାରା ରାଜ୍ୟରେ ଉପରମୁହାଁ ପାରଦ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ରାଜ କରିବ ଖରା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତି । ଏପ୍ରିଲରୁ ପହିଲାରୁ ବଢିବ ତାପମାତ୍ରା । ଅସହ୍ୟ ହେବ ଖରା ।

ଭୁବନେଶ୍ୱର (କେନ୍ୟୁଜ): ଏବେଠୁ ତତାଇଲାଣି, ଆଗକୁ ଆହୁରି ତାତିବ । ସାରା ରାଜ୍ୟରେ ଉପରମୁହାଁ ପାରଦ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ରାଜ କରିବ ଖରା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତି । ଏପ୍ରିଲରୁ ପହିଲାରୁ ବଢିବ ତାପମାତ୍ରା । ଅସହ୍ୟ ହେବ ଖରା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ।

ଆଗାମୀ ୨ଦିନରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାତିର ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ରାଜ୍ୟରେ ପାଗ ଶୁଖିଲା ରହିଛି। ୩୦ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ହେଲେ ୩୧ ତାରିଖ ବେଳକୁ ମୟୁରଭଞ୍ଜ, ସୁନ୍ଦରଗଡ , ଭଦ୍ରକ , ଯାଜପୁର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.