ଆଇପିଏଲରେ ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ବିପକ୍ଷରେ ୨୭୭ ରନର କଲା ବିଶାଳ ସ୍କୋର

IPLରେ ବିଶାଳ ସ୍କୋର। ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ। ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ କରିଛି ୨୭୭ ରନ୍ । ୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ ସ୍କୋର।

(କେନ୍ୟୁଜ): IPLରେ ବିଶାଳ ସ୍କୋର । ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ କରିଛି ୨୭୭ ରନ୍  । ୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ ସ୍କୋର ।

ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୨୬୩ ରନ୍ ସ୍କୋର କରିଥିଲା । ଫଳରେ ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଛି, ସନ୍ ରାଇଜର୍ସ ହାଇଦ୍ରାବାଦ । ଅଭିଷେକ ଶର୍ମାଙ୍କ ୧୬ ବଲ୍ ରେ ୫୦ ରନ୍ କରିଥିବାବେଳେ ଟ୍ରାଭିସ୍ ହେଡ୍ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା ହେନରିକ୍ କ୍ଲାସେନଙ୍କ ଅପରାଜିତ ୮୦ ରନ୍ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ହାଇଦ୍ରାବାଦ୍ ମାତ୍ର ୧୦ ଓଭରରେ ଦଳ ୧୪୮ ରନ୍ ହାସଲ । ଯାହାକି ଆଇପିଏଲ୍ ଇତିହାସରେ ସର୍ବାଧିକ । ସେପଟେ ଆଜି ଆଇପିଏଲରେ ରହିଛି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ଭିତରେ ଲଢେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.