୩ ଦିନରେ ୪ ଡିଗ୍ରୀ ବଢ଼ିବ ତାତି, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ

ରାଜ୍ୟରେ ଉପରମୁହାଁ ପାରଦ । ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବା ଭୁବେନଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଉପରମୁହାଁ ପାରଦ । ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବା ଭୁବେନଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାରେ ପାଗ ଶୁଖିଲା ରହିବା ସହ ବାୟୁମଣ୍ଡଳରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଏପ୍ରିଲ ପ୍ରଥମ ସପ୍ତାହରୁ ଉପକୂଳ ଓଡ଼ିଶା ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ସୀମିତ ରହିବ । ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଡିଗ୍ରୀ ଓ ପରେ କେତେକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି । ୩୧ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.