ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି, ଅଭିଯୋଗର ୬ ଦିନ ପରେ ପୋଲିସ ହାତ ଖାଲି

ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର୍ ଗତ ୧୯ ତାରିଖରେ ସର୍ଭିସିଂ ପାଇଁ ଯାଇଥିବା ବେଳେ ଚୋରି ହୋଇ ଯାଇଛି । ସର୍ଭିସିଂ ସେଣ୍ଟରରେ ଡ୍ରାଇଭର ଗାଡ଼ିକୁ ଛାଡ଼ି ଖାଇବାକୁ ଯାଇଥିଲେ । ତା’ ପରେ ସର୍ଭିସିଂ ସେଣ୍ଟରୁ ଗାଡି ଗାୟବ ହୋଇଯାଇଥିଲା ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ କାର୍ ଚୋରି ହୋଇଯାଇଛି । ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି । ତାଙ୍କ ଡ୍ରାଇଭରଙ୍କ ଅଭିଯୋଗରେ ଏଫଆଇଆର ଦାୟର ହୋଇଛି । ଡ୍ରାଇଭର ଜଣକ କାର୍‌ ସର୍ଭିସିଂ ପାଇଁ ନେଇ ଯାଇଥିବା ବେଳେ କାର୍‌ ଚୋରି ହୋଇଯାଇଛି । କାର ଚୋରିକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୋରର ସନ୍ଧାନ ପାଇନି ।

ସୂଚନା ମୁତାବକ, ସର୍ଭିସିଂ ସେଣ୍ଟରରୁ କାର୍‌ ଚୋରି ହୋଇଛି । ଧଳା ରଙ୍ଗର ଫର୍ଚ୍ୟୁନର କାର ଚୋରି ହୋଇଛି । ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ କାର୍‌ ଖୋଜୁଛି । ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର୍ ଗତ ୧୯ ତାରିଖରେ ସର୍ଭିସିଂ ପାଇଁ ଯାଇଥିବା ବେଳେ ଚୋରି ହୋଇ ଯାଇଛି । ସର୍ଭିସିଂ ସେଣ୍ଟରରେ ଡ୍ରାଇଭର ଗାଡ଼ିକୁ ଛାଡ଼ି ଖାଇବାକୁ ଯାଇଥିଲେ । ତା’ ପରେ ସର୍ଭିସିଂ ସେଣ୍ଟରରୁ ଗାଡି ଗାୟବ ହୋଇଯାଇଥିଲା । ପୋଲିସ କାର ଖୋଜିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ୨୦୨୩ରେ ଦିଲ୍ଲୀରେ ଦିନକୁ ପ୍ରାୟ୧୦୫ ଗାଡି ଚୋରି ହେଉଥିବା ମାମଲା ଦାୟର ହୋଇଛି । ୧୪ ମିନିଟରେ ଗୋଟେ ଗାଡି ଚୋରି ହେଉଥିବା ରିପୋର୍ଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.