ମଦ୍ୟପାନ କରି ଗାଡ଼ି ଚଲାଉଥିଲେ, ୨୦ରୁ ଊର୍ଦ୍ଧ୍ବ ଦାମୀ ଗାଡ଼ି ଜବତ କଲା ପୋଲିସ

ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କମିସନରେଟ ପୋଲିସର କଡ଼ା ଆକ୍ସନ। ମଦ ପିଇ ଗାଡ଼ିଚାଳନା କରୁଥିବା ଗାଡ଼ିଚାଳକଙ୍କ ଗାଡ଼ିକୁ ଜବତ କରିଛି ପୋଲିସ । ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ କରିଥିଲା ପୋଲିସ ।

ଭୁବନେଶ୍ୱର(କେନ୍ୟୁଜ୍‌) : ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କମିସନରେଟ ପୋଲିସର କଡ଼ା ଆକ୍ସନ। ମଦ ପିଇ ଗାଡ଼ିଚାଳନା କରୁଥିବା ଗାଡ଼ିଚାଳକଙ୍କ ଗାଡ଼ିକୁ ଜବତ କରିଛି ପୋଲିସ । ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ କରିଥିଲା ପୋଲିସ । ଆଉ ଗୋଟିଏ ରାତିରେ ୨୦ରୁ ଅଧିକ ଦାମୀ ଗାଡ଼ି ଜବତ ହୋଇଛି । ଏଥିରେ ଫୋରସେ, ମର୍ସିଡିଜ, ଅଡି, ରେଞ୍ଜରୋଭର ଭଲି ସୌଖୀ ଓ ଦାମୀ ଗାଡି ରହିଛି । ଗାଡ଼ି ଜବତ ସହ ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିଛି କମିସନରେଟ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.