ବିବାହ ପରେ ପ୍ରଥମ ଥର ଏକାଠି ହୋଲି ସେଲିବ୍ରେସନ୍‌ କଲେ ରକୁଲ ଓ ଜ୍ୟାକି ଏବଂ ପୁଲକିତ ଓ କ୍ରିତି, ଭାଇରାଲ ହେଉଛି ଫଟୋ ଓ ଭିଡିଓ

ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ସମସ୍ତେ ବହୁତ ଧୁମ୍‌ଧାମ୍‌ରେ ହୋଲି ସେଲିବ୍ରେସନ୍‌ କରୁଛନ୍ତି । ଏବେ ହୋଲିର ଏହି ମାହୋଲରେ ଏହି ସମସ୍ତ କପଲ ହୋଲିରେ ନିଜ ଲାଇଫ୍‌ ପାଟନରଙ୍କ ସହ ହୋଲି ସେଲିବ୍ରେସନ୍‌ କରି, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିଛନ୍ତି ।

ହୋଲି ହେଉଛି ଖୁସିର ପର୍ବ, ଯାହାକୁ ସମସ୍ତ ଲୋକ ବିଶେଷ ନିଆର ଢଙ୍ଗରେ ପାଳନ କରିଥାନ୍ତି । ତେବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ସମସ୍ତେ ବହୁତ ଧୁମ୍‌ଧାମ୍‌ରେ ସେଲିବ୍ରେସନ୍‌ କରୁଛନ୍ତି । ଏବେ ହୋଲିର ଏହି ମାହୋଲରେ ଏହି ସମସ୍ତ କପଲ ହୋଲିରେ ନିଜ ଲାଇଫ୍‌ ପାଟନରଙ୍କ ସହ ହୋଲି ସେଲିବ୍ରେସନ୍‌ କରି, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଯେପରି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ଠାରୁ ଆରମ୍ଭ କରି ପରିଣୀତି ଚୋପ୍ରା ଓ ରାଘବ ଚଢା ପର୍ଯ୍ୟନ୍ତ, ଚଳିତ ବର୍ଷ ଅନେକ ଷ୍ଟାର କପଲ ହୋଲିଙ୍କୁ ନିଜ ଲାଇଫ୍‌ ପାଟନରଙ୍କ ସହ ସେଲିବ୍ରେସନ୍‌ କରିଛନ୍ତି । ଏହି ବଲିଉଡ ଦମ୍ପତି ୨୦୨୩ ରୁ ୨୪ରେବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟଙ୍କ ଠାରୁ ଆରମ୍ଭ କରି ସୁରଭି ଚନ୍ଦନା ଓ କରଣ ଶର୍ମା ମଧ୍ୟ ବିବାହ ପରେ ପ୍ରଥମ ଥର ଏକା ସହିତ ହୋଲି ପାଳନ କରିଛନ୍ତି । ତେବେ ଏହି କପଲମାନେ ବିବାହ ପରେ ସେମାନଙ୍କର ପ୍ରଥମ ହୋଲିର ଫଟୋ ଏବଂ ଭିଡିଓ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଆପଣମାନେ ତ ଜାଣିଥିବେ ଯେ ଗତ ମାସରେ ଫେବୃଆରୀ ୨୧ରେ ରାକୁଲ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ । ତେବେ ବିବାହ ପରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ଏହା ହେଉଛି ସେମାନଙ୍କ ପ୍ରଥମ ହୋଲି, ଯାହା ଉଭୟ କପଲ ଏକ ନିଆରା ଷ୍ଟାଇଲ୍‌ରେ ପାଳନ କରିଛନ୍ତି ।

 

View this post on Instagram

 

A post shared by Rakul Singh (@rakulpreet)

ସେହିପରି ଏହି ଲିଷ୍ଟରେ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ମଧ୍ୟ ସାମିଲ ହୋଇଛନ୍ତି । ଏମାନେ ମାର୍ଚ୍ଚ ୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବିବାହ ପରେ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ସେମାନଙ୍କର ପ୍ରଥମ ହୋଲିର ଭିଡିଓ ନିଜ ଇନ୍‌ଷ୍ଟଗ୍ରାମ୍‌ରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Kriti Kharbanda (@kriti.kharbanda)

ତେବେ ସେହି ପରି ନାଗିନ ଏବଂ ଇସ୍କବାଜ ଅଭିନେତ୍ରୀ ସୁରଭି ଚନ୍ଦନା ମାର୍ଚ୍ଚ ୨ରେ ତାଙ୍କ ୧୩ ବର୍ଷ ପୁରୁଣା ବଏଫ୍ରେଣ୍ଡ କରଣ ଶର୍ମାଙ୍କୁ ବିବାହ କରିଥିଲେ । ଏପରି ଭାବେ ସୁରଭି ଚନ୍ଦନା ତାଙ୍କ ସ୍ୱାମୀଙ୍କ ସହ ବିବାହ ପରେ ପ୍ରଥମ ହୋଲିର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟ instantbollywoodରେ ସେୟାର ହୋଇଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Instant Bollywood (@instantbollywood)

ମୀରା ଚୋପ୍ରା ତାଙ୍କ ବଏଫ୍ରେଣ୍ଡ ରକ୍ଷିତ୍‌ କେଜ୍ରିୱାଲଙ୍କ ସହ ରାଜସ୍ଥାନରେ ବିବାହା କରିଛନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ କଜନ୍‌ ମୀରା ଚୋପ୍ରାଙ୍କ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ହୋଲି ପାଳନ କରିବେ । ମୀରା ମାର୍ଚ୍ଚ ୧୨ରେ ରକ୍ଷିତ୍‌ କେଜ୍ରିୱାଲଙ୍କୁ ବିବାହ କରିଥିଲେ । ଏପରି ଭାବେ ବଲିଉଡର ଅନେକ ସେଲିବ୍ରେଟି ନିଜ ଲାଇଫ୍‌ ପାଟନରଙ୍କ ସହ ନିଜର ପ୍ରଥମ ହୋଲି ସେଲିବ୍ରେସନ୍‌ କରିଛନ୍ତି । ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋର୍‌ସୋର ଭାଇରାଲ ହେବାରେ ଲାଗିଛି । ଯାହାକୁ ଫ୍ୟାନ୍ସ ପସନ୍ଦ କରିବା ସହ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.