ଦୋଳ ପର୍ବରେ ଲୋକଙ୍କ ମନ ମୋହୁଛି କୁନି ପିଲାର ମୃଦଙ୍ଗ ବାଦନର ଆକର୍ଷଣ

ରୌପ୍ୟ ନଗରୀ କଟକ ରେ ଚାଲିଛି ଦୋଳ ମେଳଣ । ଦୋଳ ମେଳଣରେ କୁନି ପିଲାଟିର ମୃଦଙ୍ଗ ମାଡ଼କୁ ସ୍ୱରରେ ଗୀତ ଗାଇବା କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ତାଳ ଓ ଲୟରେ କୁନି ହାତରେ କୁନି ଆଙ୍ଗୁଠିରୁ ବାହାରୁ ଥିବା ଶବ୍ଦ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ ।

କଟକ: ରୌପ୍ୟ ନଗରୀ କଟକ ରେ ଚାଲିଛି ଦୋଳ ମେଳଣ । ଦୋଳ ମେଳଣରେ କୁନି ପିଲାଟିର ମୃଦଙ୍ଗ ମାଡ଼କୁ ସ୍ୱରରେ ଗୀତ ଗାଇବା କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ତାଳ ଓ ଲୟରେ କୁନି ହାତରେ କୁନି ଆଙ୍ଗୁଠିରୁ ବାହାରୁ ଥିବା ଶବ୍ଦ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ ।

ବୟସ ମାତ୍ର ୯ ବର୍ଷ । ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା କଟକ ରାଣୀହାଟ ମାଳିସାହି ଅଂଚଳର ପିତା ଝରେନ୍ଦ୍ର ସ୍ୱାଇଁଙ୍କ ପୁଅ ସତ୍ୟ ପ୍ରକାଶ ସ୍ୱାଇଁ। ସନ୍ଧ୍ୟା ହେଲେ ଧାଇଁ ଆସନ୍ତି ସାହି ରେ ଥିବା ରାଧା କୃଷ୍ଣଙ୍କ ମନ୍ଦିର ପ୍ରାଙ୍ଗଣ। ମନ୍ଦିର ପ୍ରାଙ୍ଗନରେ ଚାଲେ ଝାଞ୍ଜ ମୃଦଙ୍ଗ ର ତାଳେ ତାଳେ ସଂକୀର୍ତ୍ତନ। ଏକାଠି ହୁଅନ୍ତି ଛୋଟ ଛୋଟ ପିଲାଙ୍କ ସହ ବଡ଼ ଲୋକମାନେ । ସାଙ୍ଗରେ ଥାଆନ୍ତି ସାହିର ବରିଷ୍ଠ ବ୍ୟକ୍ତି ମାନେ। ଛୋଟ ରୁ ବଡ଼ ସମସ୍ତେ ମିଶି ଗଲେ ଆରମ୍ଭ ହୋଇ ଯାଇଥାଏ ମୃଦଙ୍ଗ ଓ ଝାଞ୍ଜ ମାଡ଼। ସାହିରେ ସୃଷ୍ଟି ହୁଏ ଆଧ୍ୟାତ୍ମିକ ପରିବେଶ। ଏହି ଦୋଳ ମେଳଣ ଭିତରେ ଏଭଳି କୁନି କୁନି ପିଲା ମାନଙ୍କ ସମ୍ପୃକ୍ତି ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଆଜିର ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରୁଛି। ଆଧ୍ୟାତ୍ମିକତା ହିଁ ଜୀବନର ଏକ ଅଙ୍ଗ ବୋଲି ଏହା ସୂଚାଇ ଦେଉଛି।

ପ୍ରତ୍ୟେକ ପର୍ବ ପର୍ବାଣୀ କଟକ ରେ ବହୁ ଆଡମ୍ବର ସହକାରେ ପାଳନ ହୋଇଥାଏ । ଦୋଳ ପର୍ବ ମଧ୍ୟ କଟକର ସବୁ ସ୍ଥାନରେ ପାଳିତ ହୁଏ । ଏହି ସମୟରେ ଦୋଳରେ ଠାକୁର ବସି ବୁଲି ବୁଲି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସଂକୀର୍ତ୍ତନ ମଣ୍ଡଳୀଙ୍କର ଝାଞ୍ଜ କୀର୍ତ୍ତନର ତାଳେ ତାଳେ କଟକ ସହରର ଗଳି କନ୍ଦି ପ୍ରକମ୍ପିତ ହୋଇଥାଏ। ଆନନ୍ଦ ଉଲ୍ଲାସରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ଏହି ଦୋଳ ମେଳଣ ସମୟରେ । ସମସ୍ତ ହାତରେ ଝାଞ୍ଜ ମୃଦଙ୍ଗ ଗିନି ଘଣ୍ଟ ସହିତ ଭଜନର ଗାନ ଆମ ଓଡ଼ିଆ ଘରର ପରମ୍ପରା କଥା ମନେ ପକାଇ ଦିଏ । ପୂର୍ବ ପୁରୁଷ ମାନଙ୍କ ଠାରୁ ଏଭଳି ପରମ୍ପରା ରହି ଆସିଛି। ଭଜନ ଓ ମୃଦଙ୍ଗ ମାଡ଼ ଭିତରେ କୁନି କୁନି ପିଲା ମାନଙ୍କର ସଂକୀର୍ତ୍ତନ ପରିବେଷଣ ସମସ୍ତଙ୍କୁ ଆହୁରି ଆକର୍ଷଣ କରୁଛି । ରୌପ୍ୟ ନଗରୀ କଟକ ହେଉଛି ସାଂସ୍କୃତିକ ପ୍ରାଣକେଦ୍ର। ଏହି ପରମ୍ପରା ଉଜ୍ଜୀବିତ କରି ରଖିବା। ଆଉ ଏଠାରେ ହଜାର ବର୍ଷର ପରମ୍ପରା ଏହି ଭଳି ଜୀବିତ ହୋଇ ସଦା ରହିଥିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି କଟକବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.