Below header

ମନ୍ଦିର ଲୁଟ, ଶିବଲିଙ୍ଗ ପୋଡ଼ିବା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କେନ୍ଦ୍ରାପଡା (କେନ୍ୟୁଜ୍) : ଆମ ସମାଜରେ ପାପର ଭାରା ଏତେ ବଢ଼ି ଗଲାଣି ଯେ ଲୋକମାନେ ଚୋରି କରିବାକୁ ଭଗବାନଙ୍କ ମନ୍ଦିରକୁ ମଧ୍ୟ ଛାଡୁ ନାହାନ୍ତି। ମନ୍ଦିର କବାଟ ତାଡି ମୂର୍ତ୍ତି ପୋଡିବା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ଏହିଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସ୍ରୁଷ୍ଟିକୁ ଚଲାଉଥିବା ଭଗବାନଙ୍କ ମନ୍ଦିରରୁ ଚୋରି କରାଯାଉଛି । ଏହି ଘଟଣା ବିଷୟରେ କାର‌୍ୟ୍ୟାନୁଷ୍ଠାନ କରାଯାଉଥିଲେ ମଧ୍ୟ ଏହିଭଳି ଘଟଣା ପୁର୍ନମାର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଳ୍ଲା ଜମ୍ବୁ ମେରାଇନ୍ ଥାନା ସରକାରପଡ଼ା ଗ୍ରାମରେ । ଏହି ଗାଁରେ ଥିବା ରାମେଶ୍ୱର ଶିବ ମନ୍ଦିରରୁ କବାଟ ତାଡି ଠାକୁରଙ୍କ ମୂର୍ତ୍ତିକୁ ପୋଡିଦେବା ସହ ତାଙ୍କ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ମେରାଇନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.