ମଇଁଷି ଗାଡ଼ିକୁ ନେଇ ଖୋର୍ଦ୍ଧା ଗଙ୍ଗପଡ଼ା ଗାଁରେ ଉତ୍ତେଜନା

ଭୁବନେଶ୍ୱର : ରବିବାର ଅଧ ରାତିରେ ଖୋର୍ଦ୍ଧା ଗଙ୍ଗପଡ଼ା ଗାଁ ନିକଟରେ ଅଚାନକ ଉତ୍ତେଜନା ସୃଷ୍ଟି ହେଲା । କିଛି ମଇଁଷିଙ୍କୁ ନେଇ କରି ଯାଉଥିବା ଏକ କଣ୍ଟେନରକୁ ରୋକିଥିଲେ କେତେକ ଲୋକ । ସେମାନେ ଆସିଥିବା କାର୍‌ରେ ଏକ ସଂଗଠନର ନାମ ମଧ୍ୟ ଲେଖା ଯାଇଥିଲା । ସେମାନେ କଣ୍ଟେନରକୁ ଅଟକାଇବା ବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏମିତିକି ଆକ୍ରମଣରେ କଣ୍ଟେନର ଡ୍ରାଇଭର ଆହତ ହୋଇଥିଲେ । ତାଙ୍କୁ ଯାଆଁଳା ଫାଣ୍ଡି ପୋଲିସ୍‌ ଆସି ଖୋର୍ଦ୍ଧା ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲା ।

ପ୍ରତିବାଦ କରୁଥିବା ଲୋକେ ମଇଁଷି ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଥିବା ବେଳେ କଣ୍ଟେନର ଡ୍ରାଇଭର ଏବଂ ଗାଁ ଲୋକେ ଏହାକୁ ଅସ୍ୱୀକାର କରି ପାଲଟା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ବେଳେ ପୋଲିସ୍‌ କିଛି ମାରଣାସ୍ତ୍ର ଜବତ କରିଥିବା ସୂଚନା ମିଳିଛି । ଘଟଣାର ଉଚିତ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.