ଚୌଦ୍ୱାର ଚାରିବାଟିଆ ସ୍ଥିତ ARC ପରିସରରେ ଭୟାବହ ଅଣ୍ଡିକାଣ୍ଡ, ନିଆଁ ଲିଭା କାମରେ ୬ଟି ଦମକଳ ବାହୀନି ନିୟୋଜିତ
ଚୌଦ୍ୱାର: ARCରେ ନିଆଁ । ଚୌଦ୍ୱାର ଚାରିବାଟିଆ ସ୍ଥିତ ARC ପରିସରରେ ଭୟାବହ ଅଣ୍ଡିକାଣ୍ଡ । କ୍ୱାର୍ଟର ଓ ଘାସ ଗୋଦାମ ନିକଟରେ ନିଆଁ ଲାଗିଛି । ନିଆଁ ଲିଭା କାମରେ ୬ଟି ଦମକଳ ବାହୀନି ନିୟୋଜିତ ଅଛନ୍ତି ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଆୟତ୍ତ କରିବାକୁ ଚେଷ୍ଟା ଜାରି । କେହି ଦୃବୁର୍ତ୍ତ ARC ବାହାରେ ଥିବା ଖରି ବଣରେ ନିଆଁ ଲଗାଇ ଦେବା ଫଳରେ ନିଆଁ ଏ ଆର୍ ସି ପରିସର ଭିତରକୁ ବ୍ୟାପି ଯାଇଥିବା ଜଣାପଡିଛି । ARC ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।