ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଏଚଆଇଭି ପଜିଟିଭ୍

ଭୁବନେଶ୍ବର: ଏଚଆଇଭି ପଜିଟିଭରେ ଆକ୍ରାନ୍ତ ଥିବା ଦୁଇ ଜଣ ବାନ୍ଧି ହେଲେ ବିବାହ ବନ୍ଧନରେ। ଯାହା ନିହାତୀ ସମାଜ ପାଇଁ ଏକ ଉଦାହରଣ ପାଲଟିବ ନିଶ୍ଚିତ। ଗୋପାଳପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚାଳିତ ଶ୍ରଦ୍ଧା ସଂଜିବନୀ ଅନୁଷ୍ଠାନରେ ଏହି ନିଆରା ବିବାହ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ବିବାହ ଆୟୋଜନ କରାଯାଇଛି। ତେବେ ଏହି ବିବାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମଧ୍ଯମରେ ଯୋଗ ଦେଇ ନବ ବିବାହିତାଙ୍କୁ ଆର୍ଶିବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ରହିଥିଲେ ।