ଏମବିଏ କୁକୁଡା ଚାଷୀ ବିକାଶ, ପଢ଼ନ୍ତୁ ଜଣେ ସଫଳ ଶୀକ୍ଷିତ ଚାଷୀଙ୍କ ବିଷୟରେ

ସୁନ୍ଦରଗଡ (କେନ୍ୟୁଜ) : ଭଳିକି ଭଳି କୁକୁଡା, ଦେଶି,କଡକନାଥ ସହ ପ୍ରାୟ 10 ପ୍ରକାରର କୁକୁଡା ଥିବା ଫାର୍ମ। ଏହି ଫାର୍ମ କରିଛନ୍ତି ଜଣେ ଏମବିଏ ପଢୁଥିବା ଛାତ୍ର। ଲକଡାଉନ ସମୟରେ ଘରକୁ ଅ।ସି ଫେରିନଥିବା ବେଳେ ପାଠ ପଢା ସହ ନିଜ ଗାଁରେ କୁକୁଡା ଚାଷ କରି ଅନ୍ଯ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଶଙ୍କରାପୋଷ ରାନୀଗୁଡା ଗାଁର ପ୍ରଶାନ୍ତ ଓ ନଳିନୀ ପଟେଲଙ୍କ ଏକମାତ୍ର ପୁଅ ବିକାଶ ନାଏକ । ବିକାଶ ବାଙ୍ଗାଲୋରରେ ଏମବିଏ ପାଠ ପଢୁଛନ୍ତି । ଗତ ମାର୍ଚ୍ଚ ମାସ ଲକଡାଉନ ହେବା ପରେ ସେ ଘରକୁ ଫେରି ଅ।ସିଥିଲେ । ଏବେ ଘରେ ଅନଲାଇନ କ୍ଲାସ କରିବା ସହ ଅ।ରମ୍ଭ କରିଛନ୍ତି କୁକୁଡା ଚାଷ । ତେବେ ପୂର୍ବରୁ ବିକାଶଙ୍କର କୁକୁଡା ଚାଷ କରିବା ପାଇଁ ଇଚ୍ଛା ଥିଲା। କିନ୍ତୁ ସମୟ ଅଭାବରୁ ସେ କୁକୁଡା ଚାଷ କରିପାରିନଥିଲେ । ଲକଡାଉନରେ ଘରେ ରହିବା ପରେ ସେ ଅ।ରମ୍ଭ କରିଥିଲେ କୁକୁଡା ଚାଷ । ସେ 1 ଏକର ଜମିରେ ଫାର୍ମ ତିଅରି କରି 10 ପ୍ରଜାତିର କୁକୁଡା ରଖି ବ୍ଯବସାୟ ଅ।ରମ୍ଭ କରିଥିଲେ । ସେ କୁକୁଡା ଫାର୍ମରେ ସୋନାଲି, କାବେରୀ, ଅ।ଏସିଏଲ, କଡକନାଥ, ବ୍ଲକ ଅ।ଷ୍ଟ୍ରେନର, ଗିନି, ପାଉଲ, ତରକୀ ପ୍ରଜାତିର କୁକୁଡା ପାଳନ କରିବା ସହ ଗୁଣ୍ଡୁରୀ ମଧ୍ୟ ରଖିଛନ୍ତି । ଏହି କୁକୁଡା ଛୁଆଙ୍କୁ ବିକାଶ ହାଚେରୀ, ଭୁବନେଶ୍‌ର, ରାଏପୁର, ଅ।ସାମ ଏବଂ ଖଡକପୁରରୁ ଅ।ଣି ଚାଷ କରୁଛନ୍ତି ।

ନିଜ ଜମିରେ ଏହି କୁକୁଡା ଫାର୍ମ ଖୋଲିବା ସହ ଗାଁର କିଛି ଯୁବକଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ଦେଇଛନ୍ତି। ପୁର୍ବରୁ ବାହାରେ କାମ କରୁଥିବା ଏହି ଯୁବକ ମାନେ ମଧ୍ୟ ଲକଡାଉନ ପରେ ଅ।ଉ ଫେରିନାହାନ୍ତି ଏଠି ଠିକ ଭାବେ କାମ ଓ ପଇସା ମିଳୁଥିବାରୁ ଏଠାରେ କାମ କରୁଥିବା କହିଛନ୍ତି ଫାର୍ମରେ କାମ କରୁଥିବା ଯୁବକ। ଏହି ଭଳି ଏକ ଛୋଟିଅ। ଗାଁରେ ନିଜେ ପାଠପଢା ସହ କୁକୁଡା ଫାର୍ମ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ଯ ମାନଙ୍କୁ ରୋଜଗାର ଯୋଗାଇଛନ୍ତି ବିକାଶ । ପାଠ ପଢୁଅ। ପିଲା ମାନେ ଏଭଳି କାମ କରିବାକୁ ଭଲ ପାଉନଥିବା ବେଳେ ବିକାଶ ଙ୍କ ପାଠ ପଢା ସାଙ୍ଗକୁ କୁକୁଡା ଚାଷ ନିଶ୍ଚିତ ଭାବରେ ଅନ୍ଯମାନଙ୍କୁ ପ୍ରେରଣା ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.