Below header

କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ୧୪୪ ଧାରା ଜାରି କଲା ପ୍ରଶାସନ, ଉଠାଦୋକାନୀ ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ

ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଦୁଇ ଗୋଷ୍ଠୀ ସହ ଦୁଇଦିନ ଧରି ଆଲୋଚନା କରିଥିଲେ । କୋୖଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ଫଳରେ ଉଠା ଦୋକାନୀଙ୍କ ପାଇ ୧୪୪ ଧାରା ଲାଗୁ ହୋଇଛି।

ପୁରୀ(କେନ୍ୟୁଜ୍): କୋଣାର୍କ ସୂର୍ଯ୍ୟମନ୍ଦିର ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ୧୪୪ ଧାରା ଜାରି କଲା ପ୍ରଶାସନ । ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାର୍ଶ୍ବରେ ଥିବା ଉଠାଦୋକାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ କୋଣାର୍କ ଥାନାରେ ଦୁଇଟି ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ ।

ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଦୁଇ ଗୋଷ୍ଠୀ ସହ ଦୁଇଦିନ ଧରି ଆଲୋଚନା କରିଥିଲେ । କୋୖଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ଫଳରେ ଉଠା ଦୋକାନୀଙ୍କ ପାଇ ୧୪୪ ଧାରା ଲାଗୁ ହୋଇଛି। ସମାଧାନ ନହେବା ଯାଏ ଦୋକାନ ଖୋଲିପାରିବେନି ବୋଲି କୁହାଯାଇଛି। ଦୁଇ ଗୋଷ୍ଠୀର ପ୍ରାୟ ୪୫୦ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.