ଗଣେଶ ଚତୁର୍ଥୀରେ ଏପରି ମୂର୍ତ୍ତି ଭୁଲରେ ବି ଘରକୁ ଆଣନ୍ତୁ ନାହିଁ, ନଚେତ ମିଳିବ ଅଶୁଭ ଫଳ

ଅନେକ ଲୋକ ନିଜ ଘରେ ଗଣେଶ ମୂର୍ତ୍ତି ଆଣି ପୂଜା କରି ଥାଆନ୍ତି। ଗଣପତିଙ୍କୁ ସ୍ଥାପନା ପରେ ତାଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯାଇଥାଏ। ମୋଦକ, ଲଡ଼ୁ ଆଦି ଭୋଗ ଲଗାଯାଇଥାଏ। ଗଣେଶ ଚତୁର୍ଥୀରେ ବପ୍ପାଙ୍କୁ ଘରକୁ ଆଣିବା ପୂର୍ବରୁ କେତେକ କଥା ଉପରେ ଧ୍ୟାନ ରଖିବା ଉଚିତ୍‌। କେଉଁ ମୂର୍ତ୍ତି ଆଣି ପୂଜା କରିବା ଜରୁରୀ ତାହା ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ।

ଆଉ ମାତ୍ର କେଇଟା ଦିନ ପରେ ଆସୁଛି ଗଣେଶ ଚତୁର୍ଥୀ । ତେଣୁ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଘରେ ଘରେ ଏହାର ପ୍ରସ୍ତତି ଆରମ୍ଭ ହୋଇଗଲାଣି ।କୁହାଯାଏ ଗଣେଶଙ୍କୁ ପ୍ରସନ୍ନ କରିବା ଦ୍ୱାରା ରିଦ୍ଧି-ସିଦ୍ଧି, ସୁଖ ସମୃଦ୍ଧି ସବୁକିଛି ପ୍ରାପ୍ତ ହୋଇଥାଏ । ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର ଆଉ ପ୍ରଥମ। କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ, ଯେପରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହୋଇପାରିବ। ଗଣେଶ ଭଗବାନଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଏବଂ ଏହି ଦିନକୁ ସାରା ଦେଶରେ ବଡ଼ ଧୁମ୍‌ଧାମରେ ପାଳନ କରାଯାଇଥାଏ।

ଅନେକ ଲୋକ ନିଜ ଘରେ ଗଣେଶ ମୂର୍ତ୍ତି ଆଣି ପୂଜା କରି ଥାଆନ୍ତି। ଗଣପତିଙ୍କୁ ସ୍ଥାପନା ପରେ ତାଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯାଇଥାଏ। ମୋଦକ, ଲଡ଼ୁ ଆଦି ଭୋଗ ଲଗାଯାଇଥାଏ। ଗଣେଶ ଚତୁର୍ଥୀରେ ବପ୍ପାଙ୍କୁ ଘରକୁ ଆଣିବା ପୂର୍ବରୁ କେତେକ କଥା ଉପରେ ଧ୍ୟାନ ରଖିବା ଉଚିତ୍‌। କେଉଁ ମୂର୍ତ୍ତି ଆଣି ପୂଜା କରିବା ଜରୁରୀ ତାହା ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ଆସନ୍ତୁ ଜାଣିବା, ଭଗବାନଙ୍କ ମୂର୍ତ୍ତି କିଣିବା ସମୟରେ ଆପଣ କେଉଁ ଜିନିଷ ଉପରେ ଧ୍ୟାନ ଦେବେ…

-ଜ୍ୟୋତିଷ ଶାସ୍ତ୍ର ମୁତାବକ, ଗଣେଶଙ୍କ ଅଲଗା ଅଲଗା ମୂର୍ତ୍ତିର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଚାକିରି କିମ୍ବା ବ୍ୟବସାୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍‌। ଯଦି ଏମିତି ମୂର୍ତ୍ତି ଆପଣ ସ୍ଥାପନ କରିବେ, ତା’ ହେଲେ ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ।

-ଗଣପତିଙ୍କ ମୂର୍ତ୍ତି କିଣିବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ରଖନ୍ତୁ, ଯେପରି ତାଙ୍କର ବସିଥିବା ମୂର୍ତ୍ତି କିଣିବେ। ଗଣେଶ ଚତୁର୍ଥୀ ସମୟରେ ଏହି ପ୍ରକାର ମୂର୍ତ୍ତି ସ୍ଥାପନା କରିବା ବହୁତ ଶୁଭ ହୋଇଥାଏ। ଗଣପତି ବପ୍ପାଙ୍କ ଏମିତି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ସ୍ଥାୟୀ ଲାଭ ମିଳିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ, ଭଗବାନଙ୍କ ନୃତ୍ୟରତ ମୂର୍ତ୍ତି ଘରକୁ ବିଲକୁଲ ବି ଆଣନ୍ତୁ ନାହିଁ। କୁହନ୍ତି, ଯଦି କେହି ବ୍ୟକ୍ତି ଘରକୁ ଏପରି ମୂର୍ତ୍ତି ଆଣନ୍ତି, ତ ଘରେ କଳି, ଝଗଡ଼ା ବଢ଼ିଥାଏ। ଘରର ଶାନ୍ତି ଭଙ୍ଗ ହୋଇଥାଏ।

କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ। ଭଗବାନ ଶ୍ରୀ ଗଣେଶ ଶୁଭଫଳ ଦାୟକ ହୋଇଥାନ୍ତି ଏବଂ ଲଡ଼ୁ ଭଳି ତାଙ୍କର ବାଣୀ ମିଠା ହୋଇଥାଏ ଓ ତାଙ୍କ ହସ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରସନ୍ନତା କରିଥାଏ। ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.