କର୍ମଚାରୀଙ୍କୁ କୃଷି ବିଭାଗର ଚରମବାଣୀ : ‘ଜାନୁଆରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ, ନଚେତ୍ ଫେବ୍ରୁଆରୀରୁ ଦରମା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ବିଭାଗୀୟ କର୍ମଚାରୀଙ୍କୁ କୃଷି ବିଭାଗର ଚରମବାଣୀ । ସମ୍ପତ୍ତି ତାଲିକା ନ ଦେଲେ ଦରମା ବନ୍ଦ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବ୍ରୁଆରୀ ମାସରୁ ଦରମା ବନ୍ଦ ନେଇ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ । ଯେ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦାଖଲ ନ ହୋଇଛି, ସେ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ । କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ଚିଠି ଲେଖି ଏହି ଚେତାବନୀ ଦେଇଛନ୍ତି ।

ରାଜ୍ୟ ସରକାର ଡିସେମ୍ବର ୩୧ ସୁଦ୍ଧା ସମ୍ପତି ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ବି ବହୁ ଅଧିକାରୀ ସେମାନଙ୍କ ସମ୍ପତି ତାଲିକା ଦେଇନାହାନ୍ତି । ଏହି ନିୟମ ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି । ଏପରିକି ନିଜ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କହିଛନ୍ତି ଡକ୍ଟର ଅରବିନ୍ଦ ପାଢୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.