ମସ୍କୋ-ଗୋଆ ବିମାନରେ ବୋମା ଆତଙ୍କ, ୯ ଘଣ୍ଟା ଯାଞ୍ଚ କରିବା ପରେ ମଧ୍ୟ ମିଳୁନି କିଛି

ମସ୍କୋରୁ ଗୋଆ ଯାତ୍ରା କରୁଥିବା ରୁଷି ଏୟାରଲାଇନ AZUR ଏୟାରକ୍ରାଫ୍ଟରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ୨୩୬ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ବାହାରିଛନ୍ତି। ଏହି ଘଟଣା ଘଟିବା ପରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଓ ସ୍ଥାନୀୟ ଏ ନେଇ ଯାଞ୍ଚ୍ ଆରମ୍ଭ କରିଛନ୍ତି। ରାଜକୋଟ ଏବଂ ଜାମନଗର ରେଞ୍ଜର ପୁଲିସ ମହାନିରୀକ୍ଷକ ଅଶୋକ କୁମାର ଯାଦବ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ବିମାନରେ ଥିବା ୨୩୬ ଯାତ୍ରୀ ଓ ଚାଳକ ସୁରକ୍ଷିତ ଅଛନ୍ତି।

ମସ୍କୋରୁ ଗୋଆ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ବୋମା ଅଛି ବୋଲି ଧମକ ମିଳିବା ପରେ ଜାମନଗରରେ ବିମାନଟିକୁ ଜରୁରୀକାଳୀନ ଭାବେ ଅବତରଣ କରାଇବାକୁ ପଡ଼ିଲା। ତେବେ NSGର ୨ଟି ଟିମ୍ ୯ ଘଣ୍ଟା ଛାନଭିନ୍‌ କରିବା ପରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ସୂଚନା ମିଳିଛି । ଆଜି ଦିନ ୧୦ଟା ୩୦ରୁ ୧୧ଟା ମଧ୍ୟରେ ଜାମନଗରରୁ ଗୋଆକୁ ଉଡାଣ ଭରିବ ଫ୍ଲାଇଟ । ଗତକାଲି ମସ୍କୋରୁ ଗୋଆ ଆସୁଥିବା ଫ୍ଲାଇଟରେ ବିମାନ ବୋମା ଥିବା ସୂଚନା ମିଳିବା ପରେ ଜାମନଗରରେ ଜରୁରୀ ଅବତରଣ କରିଥିଲା ଫ୍ଲାଇଟ । ଗୋଆ ATCକୁ ମିଳିଥିଲା ବୋମା ଧମକ। ବିମାନରେ ୨ ୩୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍, ଗୁଜରାଟ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଛାନଭିନ୍‌ କରିଥିଲେ । NSGର ଦୁଇଟି ଟିମ୍ ପହଞ୍ଚି ଫ୍ଲାଇଟରେ ସମସ୍ତ ବ୍ୟାଗ ଚେକ୍ କରିଥିଲେ । ପୂରା ଫ୍ଲାଇଟ ଛାନଭିନ୍‌ କରିବା ପରେ କୌଣସି ସନ୍ଦିଗ୍ଧ ଜିନିଷ ନଥିବା ଜଣାପଡିଛି।

ବିମାନରେ ବୋମା ଧମକ ମିଳିବା କଥା ଭାରତୀୟ ଅଧିକାରୀ ସୂଚନା ଦେବା ପରେ ଦିଲ୍ଳୀରେ ଥିବା ରୁଷୀୟ ଦୂତବାସର ଅଧିକାରୀ ବିମାନଟିର ଜରୁରୀକାଳୀନ ଅବତରଣ ନିଷ୍ପତ୍ତି ନେଇଥିଲେ। ଶେଷରେ ବିମାନଟିକୁ ଜାମନଗରରେ ଥିବା ବାୟୁସେନା ବିମାନ ଘାଟୀରେ ଅବତରଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.