ବିବାହ କରିବାକୁ କହି ରଖିଥିଲେ ଶାରୀରିକ ସଂପର୍କ, ଏବେ ପ୍ରତାରଣା କରି ବନ୍ଧା ହେଲେ ଏମ୍ସ ଡାକ୍ତର

ଭୁବନେଶ୍ୱର (କେନ୍ୟୁଜ): ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଏମ୍ସ ଡାକ୍ତର । ତାଙ୍କ ନାଁ ଜୟଦୀପ ଦାସଗୁପ୍ତା । ସେ ହୃଦରୋଗ ବିଭାଗର ଡାକ୍ତର । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଭିଯୋଗ ହୋଇଛି ଯେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ ଡାକ୍ତପ ଜୟଦୀପ ଦାସଗୁପ୍ତା । ୨ ବର୍ଷ ହେବ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ପରେ ଯୁବତୀ ଜଣଙ୍କୁ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆସିଛି।

ଖବର ଅନୁଯାୟୀ ଯୁବତୀଙ୍କ ବାପାଙ୍କ ଅଫରେସନ୍‌ ସମୟରେ ରଖିଥିଲେ ସମ୍ପର୍କ । ଏହାପରେ ତାଙ୍କ ବାପାଙ୍କୁ ଡିସଚାର୍ଜ କରିବେ ବୋଲି ସର୍ତ୍ତ ରଖିଥିଲେ । ଗର୍ଭ ନଷ୍ଟ ଅଭିଯୋଗରେ ଡାକ୍ତରଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଧିକ ଖୋଳତାଡ ଜାରି ରହିଛି । ଯୁବତୀ ଗୋଟିଏ ବ୍ୟାଙ୍କରେ କାମ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.