ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ଗଳାକାଟି ହତ୍ୟା ଅଭିଯୋଗ

ଯୁବକଙ୍କୁ ନିର୍ମମ ହତ୍ୟା! । ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ । କେହି ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡ଼ା ବାଟସିରିପୁର ରାସ୍ତାରେ ପଡ଼ିଛି ମୃତଦେହ ।

ଗଜପତି (କେନ୍ୟୁଜ): ଯୁବକଙ୍କୁ ନିର୍ମମ ହତ୍ୟା! । ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ । କେହି ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡ଼ା ବାଟସିରିପୁର ରାସ୍ତାରେ ପଡ଼ିଛି ମୃତଦେହ । ମୃତ ଯୁବକ ବାଟସିରିପୁର ଗାଁର ଏମ୍. ଲିଙ୍ଗରାଜ ।

ଗତକାଲି ଲିଙ୍ଗରାଜ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ । ହେଲେ ଆଜି ସକାଳୁ ଉଦ୍ଧାର ହୋଇଥିଲା ମୃତଦେହ । କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ କାରଣ ଜଣାପଡିନି । ପୂର୍ବ ଶତ୍ରୁତା ନା ପରକୀୟାପ୍ରୀତିକୁ ନେଇ ହତ୍ୟାକାଣ୍ଡ ସେନେଇ ତଦନ୍ତ କରୁଛି ଗୁରାଣ୍ଡି ପୋଲିସ ଓ ସାଇଣ୍ଟିଫିକ ଟିମ୍ । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.