କନ୍ଧମାଳ ଜିଲ୍ଲାର ବଣ ଜଙ୍ଗଲ ଭିତରେ ରହିଛି ଏହି ରହସ୍ୟମୟ ପାହାଡ, ଜାଣନ୍ତୁ ଏହାର କମ୍ବଦନ୍ତି

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ୍ ବଲସକୁମ୍ପା ଗ୍ରାମପଚାଁୟତ ଖେତାପାଜୁ ଗ୍ରାମ ଗଗଡବାଡି ଠାରେ ରହିଛି ଏକ ରହସ୍ୟମୟ ପାହାଡ । ଯାହାକି ଫୁଲବାଣୀ ଠାରୁ ମାତ୍ର ଦଶ କିଲୋମିଟର ଦୁରରେ ଅବସ୍ଥିତ । ବଣ ଜଙ୍ଗଲ ଘେରା ମଧ୍ୟରେ ରହିଛି ଏହି ରହସ୍ୟମୟ ପାହାଡଟି । ଏହି ପାହଡଟିର ଆକୃତି ଯେପରି ରହିଛି ଯିଏ ବି ଦେଖିଲେ ଭାବିବ ପଥର ଉପରେ ପଥର ରଖାଯାଇଛି ।

କନ୍ଧମାଳ(କେନ୍ୟୁଜ): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ୍ ବଲସକୁମ୍ପା ଗ୍ରାମପଚାଁୟତ ଖେତାପାଜୁ ଗ୍ରାମ ଗଗଡବାଡି ଠାରେ ରହିଛି ଏକ ରହସ୍ୟମୟ ପାହାଡ । ଯାହାକି ଫୁଲବାଣୀ ଠାରୁ ମାତ୍ର ଦଶ କିଲୋମିଟର ଦୁରରେ ଅବସ୍ଥିତ । ବଣ ଜଙ୍ଗଲ ଘେରା ମଧ୍ୟରେ ରହିଛି ଏହି ରହସ୍ୟମୟ ପାହାଡଟି । ଏହି ପାହଡଟିର ଆକୃତି ଯେପରି ରହିଛି ଯିଏ ବି ଦେଖିଲେ ଭାବିବ ପଥର ଉପରେ ପଥର ରଖାଯାଇଛି ।

ଦେଖନ୍ତୁ କେମିତି ଥାକ ଥାକ ହୋଇ ରହିଛି ବିରାଟକାୟ ପଥର ଗୁଡିକ । ପାହାଡର ଶୀର୍ଷର ମଧ୍ୟ ଭାଗରେ ରିହିଛି ଗୁମ୍ଫା । ଏହି ଗୁମ୍ଫା ମଧ୍ୟରେ କାହିଁ ଅନାଦି କାଳରୁ ମୂନି ରୁଷି ମାନେ ରହି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ତପସ୍ୟା କରୁଥିଲେ ଗୁମ୍ଫାର ଦ୍ଵାରରେ ଏକ ସରୁଆ ଲମ୍ୱା ପଥର ରହିଛି ଓ ଏକ ସଙ୍କିର୍ଣ୍ଣ ଗଳି ରହିଛି । ସଙ୍କିର୍ଣ୍ଣ ଗଳିରେ କେବଳ ପତଳା ଲୋକ ହିଁ ଯାଇପାରିବ ବୋଲି ଭାବେିବେ କିନ୍ତୁ ମୋଟା ଲୋକ ମଧ୍ୟ ଗୁମ୍ଫା ଭିତରକୁ ଯାଇ ପାରିବେ । ଗୁମ୍ଫା ପାଶ୍ଵରେ ଏକ ସମତଳ ଅଚଁଳ ରହିଛି ଯେଉଁଠିକି ମୂନି ଋଷି ମାନେ ସଭା ସମିତି କରୁଥିବାର ଅନୁମାନ କରାଯାଉଛି । ପହାଡରେ ଏବେବି ଅନେକ ପ୍ରକାର ଔଷଧ ବୃକ୍ଷ ରହିଛି । ପାହାଡର ତଳ ଭାଗରେ ରହିଛି ସତ୍ୟନାରାୟଣ ମଠ।

ପ୍ରତି ବର୍ଷ ମାଘ ମାସର ପୁର୍ଣ୍ଣମୀ ତିଥିରେ ଦୀର୍ଘ ପାଚଁ ଦିନ ଧରି ଦିବା ରାତ୍ର ନବ ମୂନୀଙ୍କୁ ସ୍ମରଣ କରି ପଚଁ ଦେବା ଦେବୀଙ୍କୁ ନାମ ଯଜ୍ଞ,ଘୃତ ଜଜ୍ଞ,ଅର୍ଣ୍ଣ ଯଜ୍ଞ ଓ ସଂକିର୍ତନ କରି ପୂଜାର୍ଚ୍ଚନା କରାଯାଉଛି । ଭକ୍ତି ମାର୍ଗରେ ପଚଁ ଦେବାଦେବୀଙ୍କୁ ସ୍ମରଣ କରି ଶ୍ରଦ୍ଧାଳୁ ମାନେ ପାହାଡ ଉପରକୁ ଯାଇପାରିବେ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଯେଉଁ ମାନଙ୍କର ମାନସିକ ଥାଏ ମାଘ ପୂର୍ଣ୍ଣମୀରେ ଏଠାକୁ ଆସିଥାନ୍ତି ମାନସିକଧାରୀ । ପୂର୍ବରୁ ଏହି ଗ୍ରାମରେ ସ୍ଥାୟୀ ମଠ ନଥିବାରୁ ପ୍ରତି ମାଘ ମାସ ପୂର୍ଣ୍ଣମୀରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ଗ୍ରାମବାସୀ । କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଖେତାପାଜୁ ଗ୍ରାମବାସୀ ମଠ ଓ ମନ୍ଦିର ନିର୍ମାଣ ପାଇଁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସାତ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଅର୍ଥ ଅନୁଦାନ ପରେ ମଠ ଓ ମନ୍ଦିର ନିର୍ମାଣ କରାଯାଇଥିବା କହିଛନ୍ତି ସତ୍ୟନାରାୟଣ ମଠର ସଭାପତୀ ସଞ୍ଜୟ କୁମାର କହଁର ।

କେଉଁ ଆବାହନ କାଳରୁ ଲୁକ୍କାୟିତ ଭାବେ ରହିଛି ଏହି ରହସ୍ୟମୟ ପାହାଡ । ଏହି ପାହାଡର ଶୀର୍ଷ ଭାଗକୁ ଗଲେ ପ୍ରକୃତିର ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଆମ ତୃପ୍ତି ଅନୁଭୁତ ହେବ । ଏହି ଭଳି ଲୁକ୍କାୟିତ ଭାବେ ରହିଥିବା ବିଭିନ୍ନ ପାହାଡ ତଥା ପର୍ଯ୍ୟଟନ ସ୍ଥଳର ମାନ୍ୟତା କିପରି ପାଇବ ଓ ଏହାର ଉନ୍ନତି କରଣ ହୋଇପାରିବ ସେଥିପାଇଁ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର ଜିଲ୍ଲା ସଂସ୍କୃତିକ ବିଭାଗର ଦଷ୍ଟି ଗୋଚର କରିବେ ବୋଲି କହିଛନ୍ତି ।

ତେବେ ଅନ୍ୟ ପକ୍ଷରେ ବଲସ୍କୁମ୍ପା ସରପଚଁ ଏହି ଗ୍ରାମର ବୋହୁ ହୋଇଥିବାରୁ ଏହି ପାହାଡର ଅନେକ ସତତ୍ୟା ଓ ମାହାମ୍ୟ ରହିଛି । ସରକାର ଓ ପର୍ଯ୍ୟଟନ ବିଭାଗ ଖେତାପାଜୁ ଗ୍ରାମରେ ଥିବା ଏହି ଗଗଡବାଡି ମଠ ଓ ପାହାଡର ପ୍ରଚାର ପ୍ରସାର ହୋଇପାରିଲେ ପର୍ଯ୍ୟଟକ ମାନଙ୍କ ସୂଅ ଛୁଟିବ ଓ ଏହି ଅଚଁଳର ବିକାଶ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ କନ୍ଧମାଳ ଜିଲ୍ଲାରେ ଏହିଭଳି ଅନେକ ରହସ୍ୟମୟ ଓ ପର୍ଯ୍ୟଟନସ୍ଥଳ ରହିଛି । ଏହାର ସତ୍ୟତା ଲୋକଲୋଚନକୁ କିପରି ଆସିବ ସେଥିପାଇଁ ଆମର ଏହି ପ୍ରୟାସ ଜାରି ରଖିଛି ଓ ଆଗାମୀ ଦିନରେ ରଖିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.