ବ୍ରିଜରୁ ଖସି ପଡ଼ିଲା ତୀର୍ଥଯାତ୍ରୀ ବସ୍‌, ଜୀବନ୍ତ ଦଗ୍ଧ ହେଲେ ୪୫ ଯାତ୍ରୀ

ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନ୍ କହିବା ଅନୁସାରେ ସମସ୍ତ ଯାତ୍ରୀ ପଡୋଶୀ ଦେଶ ବୋତ୍ସବାନାର ରାଜଧାନୀ ଗାବୋରୋନରୁ ଇଷ୍ଟର ସମ୍ମିଳନୀ ପାଇଁ ଏକ ଚର୍ଚ୍ଚକୁ ଯାଉଥିଲେ । କିନ୍ତୁ ବସଟି ଗଭୀର ଖାଲକୁ ଖସି ପଡ଼ିବା ପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଇଷ୍ଟର ସମ୍ମିଳନୀକୁ ଯାଉଥିବା ଏକ ବସ୍ ଗୁରୁବାର ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ବ୍ରିଜରୁ ଖସି ପଡିଥିବା ଜଣାପଡ଼ିଛି । ଯେଉଁଥିରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନ୍ କହିବା ଅନୁସାରେ ସମସ୍ତ ଯାତ୍ରୀ ପଡୋଶୀ ଦେଶ ବୋତ୍ସବାନାର ରାଜଧାନୀ ଗାବୋରୋନରୁ ଇଷ୍ଟର ସମ୍ମିଳନୀ ପାଇଁ ଏକ ଚର୍ଚ୍ଚକୁ ଯାଉଥିଲେ । କିନ୍ତୁ ବସଟି ଗଭୀର ଖାଲକୁ ଖସି ପଡ଼ିବା ପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ବସରେ ଥିବା ଏକମାତ୍ର ଆଠ ବର୍ଷର ଝିଅ ବଞ୍ଚିଯାଇଛି । ଝିଅଟିକୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଦୁର୍ଘଟଣା ମୋକୋପେନ୍‌ ଏବଂ ମାର୍କେନ ମଧ୍ୟରେ ଥିବା ମମାତଲାକଲା ପର୍ବତରେ ଘଟିଛି। କୁହାଯାଉଛି ଯେ ବସଟି ଖସିବା ପରେ ନିଆଁ ଲାଗିଯାଇଥିଲା।

ସୂଚନା ଅନୁସାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ବ୍ରିଜ ଉପରୁ ପ୍ରାୟ ୫୦ମିଟର ତଳକୁ ଖସି ପଡ଼ିଥିଲା । ପରେ ବସଟି ଏକ ଚଟାଣ ଉପରେ ପଡ଼ି ନିଆଁକୁ ଆୟତ୍ତ କରିଥିଲା ଏବଂ ଦୁର୍ଘଟଣା ଘଟିଥିଲା । ତେବେ ମୃତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ।

ଉଦ୍ଧାରକାରୀ ଦଳ କହିବା ଅନୁସାରେ ଯାତ୍ରୀମାନେ ପୋଡ଼ି ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଛି । ଅନ୍ୟ ଲୋକମାନେ ପୋଡ଼ି ଯାଇଥିବା ବସ ଭିତରେ ଫସି ରହିଛନ୍ତି । ସମସ୍ତ ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଚେଷ୍ଟା ଚଳାଇଛନ୍ତି । ଏଠାକାର ପରିବହନ ମନ୍ତ୍ରୀ ଏଭଳି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.